ଭୁବନେଶ୍ୱର – ସାମ୍ବାଦିକ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରିବାକୁ ଦାବି କରିଛି ସାମ୍ବାଦିକ ମିଳିତ ମଂଚ । ଏହାକୁ ବିଧାନସଭାରେ ଆଗତ କରିବା ପାଇଁ ଆଜି ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ବିଭିନ୍ନ ବର୍ଗର ଶତାଧିକ ସାମ୍ବାଦିକ ଫରେଷ୍ଟ ପାର୍କରେ ଆଲୋଚନା କରିଥିଲେ । ଅନେକ ସମୟରେ ସାମ୍ବାଦିକମାନେ କର୍ତବ୍ୟ କରୁଥିବା ବେଳେ ଆକ୍ରମଣର ଶିକାର ହେଉଥିବା ନେଇ ଆଲୋଚନା ହୋଇଥିଲା । ଚଳିତ ବିଧାନ ସଭାରେ କିପରି ସ୍ୱତନ୍ତ୍ର ଆଇନ୍ ପ୍ରଣୟନ କରାଯିବ ଓ ଉକ୍ତ ବିଧେୟକ ଆଗତ ହେବ, ଏ ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ବିଧେୟକ ପ୍ରସ୍ତୁତ ପାଇଁ ଏକ ଡ୍ରାଫ୍ଟ କରିବା ସହ ବିଭିନ୍ନ ବିଧାୟକ, ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରାଯିବ ବୋଲି ନିଷ୍ପତି ହୋଇଥିଲା ।
ବୈଠକ ପରେ ସାମ୍ବାଦିକମାନେ ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ଭେଟି ଏ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ବୈଠକରେ ବରିÂ ସାମ୍ବାଦିକ ପ୍ରଦୁ୍ୟମ୍ନ ଶତପଥୀ, ଲିଙ୍ଗରାଜ ସାହୁ, ରାମଚନ୍ଦ୍ର ପ୍ରସାଦ ରଣସିଂହ, ସୌଗନ ଶତପଥୀ, କାହ୍ନା ନାୟକ, ସୁବିର କୁମାର ପଣ୍ଡା, ଦିଲ୍ଲୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।