ନୂଆପଡା, ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟରେ ପୁଣି ରକ୍ତମୁଖା ହୋଇ ଉଠିଛି ଲାଲ ବାହିନୀ । ଗତକାଲି ରାତିରେ ଢେକୁନପାଣି ଗାଁ ମୁଣ୍ଡରେ ମାଓବାଦୀ ମାନେ ପୁଲିସ ଇନଫର୍ମର ସନ୍ଦେହରେ ଜଣେ ଯୁବକଙ୍କୁ ହତ୍ୟା କରି ଫିଙ୍ଗି ଦେଇଥିବା ସୂଚନା ମିଳିଛି । ମୃତ ଯୁବକଙ୍କ ନାମ ଅନନ୍ତରାମ ରାଉତ (୪୦) ବୋଲି ସ୍ଥାନୀୟ ଲୋକେ କହିଛନ୍ତି ।
ଛତିଶଗଡ଼ ରାଜ୍ୟ ନାଗରର ଗାଁର ଏହି ଯୁବକ ସୁନାବେଡା ଅଭୟାରଣ୍ୟ ଅଧିନ କୋମନା ଥାନା ଢେକୁନପାଣି ଗାଁରେ ରହୁଥିଲେ । ଗତକାଲି ରାତିରେ ଯୁବକ ଜଣକ ଶୋଇଥିବା ବେଳେ ମାଓବାଦୀ ମାନେ ତାଙ୍କୁ ଘରୁ ଡାକିନେଇ ଗାଁ ମୁଣ୍ଡରେ ହତ୍ୟା କରିଥିବା ସୂଚନା ମିଳିଛି । ମୃତକ ଯୁବକଙ୍କ ନାମ ଅନନ୍ତରାମ ରାଉତ ବୋଲି ଜଣାପଡ଼ିଛି । ଏବେ ଗାଁ ମୁଣ୍ଡରେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ପଡି ରହିଥିବା ବେଳେ ଗାଁରେ ଭୟର ବାତାବରଣ ଖେଳିଯାଇଛି । କୋମନା ପୋଲିସ ଘଟଣାସ୍ଥଳରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଇନଫର୍ମର ସନ୍ଦେହରେ ଯୁବକଙ୍କୁ ହତ୍ୟା କରାଯାଇଥିବା ପୁଲିସ ସ୍ପଷ୍ଟ କରିଛି।