ମାଲକାନଗିରି, ମାଲକାନଗିରି ସହରରୁ ଚାଲାଣଗୁଡା ଯିବା ନିମନ୍ତେ ଯେଉଁ କେନାଲ ରାସ୍ତା ରହିଛି ସେହିରାସ୍ତାର ଅପରପାର୍ଶ୍ଵରେ ଶ୍ରୀ ଶ୍ରୀ ହରଗୌରୀ ମନ୍ଦିର ରହିଛି। ଏଠାକୁ ପ୍ରତି ସୋମବାର, ସଂକ୍ରାନ୍ତି, ଏକାଦଶି ତଥା ଶ୍ରାବଣ ଓ କାର୍ତ୍ତିକ ମାସରେ ଶ୍ରଦ୍ଧାଳୁଙ୍କ ଭିଡ ହୋଇଥାଏ। ଏହି ଶିବଲିଙ୍ଗ ସ୍ଵପ୍ନାଦେଶରେ ପ୍ରାପ୍ତ ହୋଇଛନ୍ତି। ଅନେକ ଶ୍ରଦ୍ଧାଳୁଙ୍କ ମନସ୍କାମନା ମଧ୍ୟ ପୁର୍ଣ ହେଉଥିବାରୁ ସମସ୍ତ ବାଧାସତ୍ବେ ସମସ୍ତେ ପୂଜାର୍ଚ୍ଚନା ନିମନ୍ତେ ଏହି ଶିବ ମନ୍ଦିରକୁ ଆସିଥାନ୍ତି। ଏହା ଏକ ମନୋରମ ପ୍ରାକୃତିକ ପର୍ଯ୍ୟଟନସ୍ଥଳୀ ମଧ୍ୟ ଅଟେ। ଅନେକ ସମୟରେ ଶ୍ରଦ୍ଧାଳୁ ଏଠାକୁ ବଣଭୋଜି କରିବା ନିମନ୍ତେ ଆସିଥାନ୍ତି। ବର୍ତ୍ତମାନ ଚାଷ ସମୟରେ ଚାଷୀ, ସେମାନଙ୍କ ପରିବାର ତଥା ବଳଦ ଓ ଗୋସମ୍ପଦ ଗୁଡିକ କେନାଲରେ ପାରି ହେବା ସମୟରେ ଓଦା ହୋଇଯାଉଛନ୍ତି। କେନାଲ ପାରି ହେବା ପରେ ସମସ୍ତେ କାଦୁଅ ଗୋଡରେ ମନ୍ଦିର ଯିବା ଓ ଘରକୁ ଫେରିବାକୁ ପଡୁଛି। ତେଣୁ (ଉଭୟ ପ୍ରାଣୀସମ୍ପଦ ଓ ମନୁଷ୍ୟ) ଏକ ସ୍ଥାୟୀ ବ୍ରିଜ୍ ନିର୍ମାଣ କଲେ ସମସ୍ତେ ଅନେକ ମାତ୍ରାରେ ଚିରୋପକୃତ ହୋଇପାରନ୍ତେ।
ଏହି ବିଷୟରେ ସସ୍ମିତା ରାୟ ଓ ଭାରତୀ ପାଢୀ ସହ ନିର୍ବାହୀ ଯନ୍ତ୍ରୀ, ମାଟିବନ୍ଧ ଯୋଜନା, ସତିଗୁଡାଙ୍କୁ ଲିଖିତ ନିବେଦନ କରିବାସହ ସେହି ପତ୍ରର ନକଲ ସହ ନିର୍ମାଣ ଯନ୍ତ୍ରୀ, ପଟେରୁ ଜଳସେଚନ ବିଭାଗ, ବାଲିମେଳାଙ୍କ ଓ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଚିତ୍ରକୋଣ୍ଡା ମାଟିବନ୍ଧ ଯୋଜନା ବିଭାଗ, ଚିତ୍ରକୋଣ୍ଡା ଙ୍କ ନିକଟକୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରିଥିବା ସୂଚନା ମିଳିଛି।