ଅନୁଗୋଳ – ଅନୁଗୋଳ ଜିଲ୍ଲା ପାଲଲହଡ଼ା ପଟାମୁଣ୍ଡ ଗାଁ ନିକଟରୁ ଏକ ୧୦ କେଜି ଓଜନର ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ହେବ । ଘଟଣାରେ ବନ ବିଭାଗ ପକ୍ଷରୁ ୪ ଜଣଙ୍କୁ ଗିରଫ କରାଯାଇଛି ।
ସେମାନେ ହେଲେ ପଟାମୁଣ୍ଡ ଗାଁର ସନ୍ତୋଷ ମହାକୁଡ଼, କୈଳାସ ନାୟକ, ଟାଇଁସିରା ଗାଁର ଗଣନାଥ ନାୟକ ଓ ଜଗମୋହନପୁରର ମୁନା ମୁଣ୍ଡା । ଅଭିଯୁକ୍ତ ମାନେ ଦୁଇ ମାସହେଲା ବଜ୍ରକାପ୍ତାଟିକୁ ଧରି ଘରେ ରଖିଥିଲେ । ଏନେଇ କୌଣସି ସୂତ୍ରରୁ ଖବର ପାଇ ବନ ବିଭାଗ ପକ୍ଷରୁ ସେଠାରେ ଚଢ଼ଉ କରାଯାଇ ବଜ୍ରକାପ୍ତାଟିକୁ ଉଦ୍ଧାର କରାଯାଇଥିଲା । ତେବେ ବଜ୍ରକାପ୍ତା ଚୋରାଚାଲାଣ ରୋକିବା ନେଇ ବନବିଭାଗ ଓ ପୋଲିସ ପକ୍ଷରୁ ଅନେକ ସମୟରେ ଚଢ଼ଉ କରାଯାଇ ଆବଶ୍ୟକ କାର୍ଯ୍ୟାନୁÂାନ ଗ୍ରହଣ କରାଯାଉଥିଲେ ସୁଦ୍ଧା ଏହି ଚୋରାଚାଲାଣ କମିବା ବଦଳରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ପରିବେଶ ପ୍ରେମୀ ଓ ପଶୁ ପ୍ରେମୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି ।