ଭୁବନେଶ୍ୱର, ଶୁକ୍ରବାର ଦିନ ହୀରାକୁଦ ଜଳ ଭଣ୍ଡାରର ୮ ଟି ଗେଟ୍ ବନ୍ଦ କରାଯାଇଛି । ମଧ୍ୟାହ୍ନରେ ୪ ଟି ଗେଟ୍ ବନ୍ଦ କରାଯାଇଥିବା ବେଳେ ଅପରାହ୍ନରେ ଆଉ ୪ ଟି ଗେଟ୍ ବନ୍ଦ କରାଯାଇଛି । ଅପରାହ୍ନ ୩ ଟା ସୁଦ୍ଧା ମୋଟ୍ ୨୦ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ବର୍ତମାନ ହୀରାକୁଦର ଜଳସ୍ତର ୬୨୧.୮୧ ଫୁଟ୍ କରିଛି । ଡ୍ୟାମ୍ ମଧ୍ୟକୁ ପ୍ରତି ସେକେଣ୍ଡ ୩,୩୭,୩୪୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୩,୫୦,୦୨୬ କ୍ୟୁସେକ୍ ଜଳ ନିଷ୍କାସିତ ହେଉଛି । ଖଇରାମାଳ ଠାରେ ୬ ଲକ୍ଷ ୩୦ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବା ବେଳେ ବରମୂଳ ଠାରେ ୮ ଲକ୍ଷ ୧୯ ହଜାର ୫୦୦ କ୍ୟୁସେକ୍ ଏବଂ ମୁଣ୍ଡଳି ଠାରେ ୯ ଲକ୍ଷ ୪୮ ହଜାର ୯୦୫ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ।
ଆସନ୍ତାକାଲି ସୁଦ୍ଧା ଡ୍ୟାମର ଜଳସ୍ତର ୬୨୦ ଦଶମିକ ପାଂଚ ଫୁଟକୁ ଆଣିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଏସଆରସି ପ୍ରଦୀପ ଜେନା କହିଛନ୍ତି ।