ଭୁବନେଶ୍ୱର ,ଜୟଦେବ ବିଧାନସଭା କ୍ଷେତ୍ରର ବାଲିପାଟଣା ଓ ବାଲିଅନ୍ତା ବ୍ଲକର କୁଆଖାଇ ଓ କୁଶଭଦ୍ରା ନଦୀରେ ବେଆଇନଭାବେ ବାଲି ଉଠାଣ ଚାଲିଛି । ଏଥିରେ ଶାସକ ଦଳର ପ୍ରଭାବଶାଳୀ ନେତାଙ୍କ ହାତଥିବା ଅଭିଯୋଗ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।
ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡଙ୍ଗୀ ଅଭିଯୋଗ କରିଛନ୍ତି ଯେ, ଲିଜ୍ଧାରୀ ବାଲି ଉଠାଣ ବେଳେ ନୀତି ନିୟମ ମାନୁ ନାହାନ୍ତି । ଜେସିବି ଲଗାଇ ରାତିରେ ବେଆଇନ ଭାବେ ବାଲି ଖନନ ଓ ଚାଲାଣ ଚାଲିଛି । ଏଥିରେ ସମ୍ପୃକ୍ତ ରାଜନେତା ନିୟମିତ ଭାବେ ଲିଜ୍ଧାରୀଙ୍କ ଫାର୍ମ ହାଉସକୁ ଯାଉଛନ୍ତି । ବେଆଇନ ବାଲି ଚାଲାଣକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି, ସରକାର ରୋକ୍ ଲଗାନ୍ତୁ ବୋଲି ଅପରାଜିତା ଦାବି କରିଛନ୍ତି ।