
ସାକ୍ଷିଗୋପାଳ,ଆଜି ସାକ୍ଷିଗୋପାଳ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳିତ ହେଉଛି । ଏହି ଉପଲକ୍ଷେ ମନ୍ଦିରରେ ଠାକୁରଙ୍କ ସ୍ଵତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଏହି ଅବସରରେ ସାକ୍ଷୀଗୋପୀନାଥଙ୍କୁ ରାଶି, ଗୁଡ଼, ଚିନି ଓ ନଡ଼ିଆରେ ପ୍ରସ୍ତୁତ କୋରା ଭୋଗ ଲାଗି କରାଯାଇଥିଲା । ପ୍ରଭାତରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗି ରହିଥିଲା । ସଂନ୍ଧ୍ୟାରେ ମନ୍ଦିର ସମ୍ମୁଖରେ ଭଜନ ସମାରୋହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ଆୟୋଜକଙ୍କ ସୂତ୍ରରୁ ପ୍ରକାଶ ।