ମାଲକାନଗିରି, ଭାରତ ସରକାର ସୂକ୍ଷ୍ମ ଲଘୁ ମାଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଓ ଗୁରପ୍ରିୟା ଉତ୍ପାଦକ ଗୋଷ୍ଠି ପୋଡଭଟା ମିଳିତ ଆନୁକୂଲ୍ୟରେ ପୋଡଭଟା ଗ୍ରାମରେ ଉଦ୍ୟୋଗୀ ଓ କୌଶଳ ବିକାଶ ତାଲିମ୍ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମାଲକାନଗିରି ମହାବିଦ୍ୟାଳୟର ଅଧ୍ୟାପକ ଡଃ. ରଞ୍ଜନ କୁମାର ସ୍ବାଇଁ ଉକ୍ତ ତାଲିମ ଶିବିରରେ ଉଦ୍ୟୋଗୀ ବିକାଶ ଓ ମହିଳା ସଶକ୍ତିକରଣ ପାଇଁ ବାଣିଜ୍ୟ ବ୍ୟାପାର ସମ୍ବଦ୍ଧିତ କୌଶଳ ତାଲିମ୍ ପ୍ରଦାନ କରିଥିଲେ । ଶିବିରରେ ଯୁବ ମହିଳା ମାନେ ଉଦ୍ୟୋଗୀ ତାଲିମ୍ ନେଇଥିଲେ ।
ଏହା ବ୍ୟତିତ ଅମୃତ ମହୋତ୍ସବ ପାଳନ ଅବସରରେ ଏକ ରାଲି ଓ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ସମାରି ମୁଦୁଲି, ଲଳିତା ଗୋଲରୀ, ବାସନ୍ତୀ ଗାଡେଲ, ଗୁରୁବାରୀ ମୋତି ଭାରତର ୭୫ ବର୍ଷ ପୁର୍ତି ଅବସରରେ ତ୍ରିରଙ୍ଗା ପତାକାଧରି ବନ୍ଦେ ମାତାରାମ୍ ଧ୍ବନି ଗାନ କରିଥିଲେ । ମାଲକାନଗିରି ଭଳି ଆଦିବାସୀ ଅଞ୍ଚଳରେ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଯୋଗୁଁ ବୃଦ୍ଧିଜୀବି ଏହାକୁ ବେଶ ପ୍ରସଂଶା କରିଥିଲେ।