ପାନ ପତ୍ର ଏବଂ କଦମ୍ବ ପତ୍ର ପ୍ରଭୁଙ୍କର ପ୍ରିୟ ପତ୍ର |ସେଥିପାଇଁ ଶିଳ୍ପୀ ପବିତ୍ର ଜନ୍ମାଷ୍ଟମୀ ଅବସରରେ ପାନ ପତ୍ରରେ ରାଧାଙ୍କ ଚିତ୍ର ଏବଂ କଦମ୍ବ ପତ୍ରରେ ଶ୍ରୀକୃଷ୍ଣଙ୍କ ଚିତ୍ର ଆଙ୍କି ଛନ୍ତି l ଏହି ଚିତ୍ରରେ ବାର୍ତ୍ତା ଅଛି ଶ୍ରୀକୃଷ୍ଣ ପ୍ରାଣପ୍ରିୟା ରାଧାଙ୍କୁ ମଥୁରାରୁ ଶୀଘ୍ର ଫେରି ଆସିବାର ପ୍ରତିଜ୍ଞା କରି ଆସି ପାରିନାହାନ୍ତି l ରାଧା କଦମ୍ବ ବୃକ୍ଷ ମୂଳରେ ମୟୁର ପୂଛ ଧରି କୃଷ୍ଣଙ୍କୁ ମନେ ପକାଉଛନ୍ତି ଏବଂ ସେଠାରେ ପ୍ରଭୁ ଅନ୍ଧାର ରାତିରେ ବଇଁଶୀ ବଜାଇ ରାଧାଙ୍କୁ ମନେ ପକାଉଛନ୍ତି l ପ୍ରେମ ଶକ୍ତି ଏବଂ ପବିତ୍ର ତାହାର ନିଚ୍ଛକ ଉଦାହରଣ ହେଉଛନ୍ତି ରାଧାକୃଷ୍ଣ |ଏହି ଚିତ୍ର ମାଧ୍ୟମରେ ଶିଳ୍ପୀ ସମସ୍ତଙ୍କୁ ଜନ୍ମାଷ୍ଟମୀର ଶୁଭେଚ୍ଛା ଜଣାଇଵା ସହିତ ପ୍ରେମ ଓ ପବିତ୍ରତାର ବାର୍ତ୍ତା ପ୍ରଦାନ କରିଛନ୍ତି |
Related Stories
November 24, 2024
November 24, 2024