
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ଯାଳୟରେ ସଂସ୍କୃତ ସପ୍ତାହ ଉଦଯାପନି ସମାରୋହ ବହୁ ଆନନ୍ଦ ଉଲ୍ଲାସ ମଧ୍ଯରେ ପାଳିତ ହୋଇଯାଇଛି । ପାରଂପରିକ ବେଦପାଠ, ପ୍ରଦୀପ ପ୍ରଜ୍ଜ୍ଵଳନ ଓ କୁଳଗୀତ ପାଠାନ୍ତେ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା । ଉକ୍ତ ଉତ୍ସବକୁ କୁଳପତି ପ୍ରଫେସର ହରିହର ହୋତା ମହୋଦୟ ଉଦଘାଟିତ କରିଥିଲେ । ଉକ୍ତ ମହୋତ୍ସବରେ ନିମନ୍ତ୍ରିତ ଅତିଥିମାନଂକ ମଧ୍ଯରେ ଲୋକଭାଷା ପ୍ରଚାର ସମିତି ମୁଖ୍ଯ
ଡଃ ସଦାନନ୍ଦ ଦୀକ୍ଷିତ , ଅମୃତଭାଷା ବେଦବିଦ୍ଯା ପ୍ରତିଷ୍ଠାନର ମୁଖ୍ଯ ଡଃ କୁମାର ଚନ୍ଦ୍ର ମିଶ୍ର, ସଂସ୍କୃତ ଯୋଦ୍ଧା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ମହୋଦୟ, ସ୍ନାତକୋତ୍ତର ବିଭାଗର ଅଧ୍ଯକ୍ଷ ପ୍ରୋ ଶତ୍ରୁଘ୍ନ କୁମାର ପାଣିଗ୍ରାହୀ, ତଥା ବିଶ୍ଵଵିଦ୍ଯାଳୟର କୁଳସଚିବ ସୁମିତ୍ରା ପଟ୍ଟନାୟକ ମହୋଦୟା ପ୍ରମୁଖ ଉକ୍ତ ସଭାମଣ୍ଡନ କରିଥିଲେ । ଉକ୍ତ ସଭାରେ ବିଶ୍ଵଵିଦ୍ଯାଳୟର ପ୍ରାକ୍ତନ ପ୍ରୋ୦ ଡଃ ପ୍ଯାରୀମୋହନ ପଟ୍ଟନାୟକଙ୍କ ସହିତ ସମସ୍ତ ବିଭାଗର ଆଚାର୍ଯ୍ଯ ପ୍ରାଚାର୍ଯ୍ଯ ସହାଚାର୍ଯ୍ଯ ତଥା ଛାତ୍ର ଛାତ୍ରୀମାନେ ଉପସ୍ଥିତ ଥିଲେ । ବେଦବିଭାଗର ସହାଚାର୍ଯ୍ଯ
ଡଃ ଚନ୍ଦନ କୁମାର ମିଶ୍ର ଓ ବ୍ଯାକରଣ ବିଭାଗର ସହାଚାର୍ଯ୍ଯ
ଡଃ ପ୍ରଜ୍ଞା ସଭାପରିଚାଳନା କରିଥିଲେ । ଆମନ୍ତ୍ରିତ ଅତିଥିମାନଂକୁ ମାନପତ୍ର ଦ୍ଵାରା ସମ୍ମାନିତ କରାଯାଇଥିଲା । ଉକ୍ତ ମହୋତ୍ସବବିତ୍ତିକ ବିଭିନ୍ନ କାର୍ଯ୍ଯକ୍ରମରେ ଯଥା ବାଦବିବାଦ. ପ୍ରବନ୍ଧଲିଖନ ଓ ସ୍ପର୍ଦ୍ଧା ଆଦି ରେ ଯେଉଂମାନେ ଅଂଶଗ୍ରହଣ କରି ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ | ସେମାନଂକୁ ମାନପତ୍ର ଦ୍ଵାରା ସମ୍ମାନିତ କରାଯାଇଥିଲା ।