
ପୁରୀ ଲୋକନାଥ ରୋଡ଼ ପ୍ରତିହାରୀ ନିଯୋଗ ସାମନ୍ନା ନିବାସୀ ହିନ୍ଦୀ ଦୈନିକ ଖବର କାଗଜ ସନମାର୍ଗର ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସଙ୍କ ମା କିଶୋରୀ ମଣି ଦାସଙ୍କ ଦଶାହ ଅବସରରେ ଭିତର ସେବାୟତ ନିଯୋଗ ପରିସରରେ କିଶୋରୀ ମଣିଙ୍କୁ ପୁରୀର ବିଶିଷ୍ଟ ବ୍ୟକ୍ତି ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ସ୍ମୃତି ଚାରଣ କରିଥିଲେ |
ଜ୍ୟେଷ୍ଠ ପୁତ୍ର ଦେବଦତ୍ତ ଦାସ,କନିଷ୍ଠ ପୁତ୍ର ବିଷ୍ଣୁଦତ୍ତ ଦାସ, ଜାମାତା ରୁଦ୍ର ଚରଣ ମହାନ୍ତି, କନ୍ୟା ସୁପ୍ରଭା ମହାନ୍ତି ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ସଂଚାଳିତ ଏହି କାର୍ଯ୍ୟକ୍ରମରେ ପୁରୀର ପୂର୍ବତନ ନଗରପାଳ ଶାନ୍ତିଲତା ପ୍ରଧାନ, ବିଜୁ ଜନତା ଦଳର ରାଜ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ପଣ୍ଡା, ବିଜେପି ରାଷ୍ଟ୍ରୀୟ ପରିଷଦ ସଦସ୍ୟ ତଥା ଶ୍ରୀମନ୍ଦିର ବରିଷ୍ଠ ସେବାୟତ ମଧୁସୂଦନ ସିଂହାରୀ,ବିଜେପି ନେତ୍ରୀ ତଥା ସମାଜସେବୀ ରଞ୍ଜିତା ପାଢ଼ୀ,ବରିଷ୍ଠ ସେବକ ତଥା ପୂର୍ବତନ କାଉନସିଲର ଦୀନବନ୍ଧୁ ପ୍ରତିହାରୀ,ସେବାୟତ ବଦ୍ରି ନାରାୟଣ ପ୍ରତିହାରୀ, କେଦାର ଖୁଣ୍ଟିଆ, ଶକ୍ତି ନାରାୟଣ ପ୍ରତିହାର, ପପୁ ପାଟଯୋଶୀ ମହାପାତ୍ର, କଂଗ୍ରେସ ନେତା ଗୋପାଳ ଖୁଣ୍ଟିଆ,ଦୈନିକ ହିନ୍ଦୀ ଖବର କାଗଜ ସନମାର୍ଗ ଓଡିଶା ସଂସ୍କରଣ ସମ୍ପାଦକ ରାମକୃଷ୍ଣ ଖଣ୍ଡେଲୱାଲ, ଭଗବତୀ ଅଗ୍ରୱାଲ, ବିଶିଷ୍ଟ ଲେଖକ ବଦ୍ରି ମିଶ୍ର,ସ୍ବଦେଶୀ ଜାଗରଣ ମଞ୍ଚର ସଚ୍ଚି ନନ୍ଦନ ଦାଶ, ବିଶ୍ୱନାଥ ପଣ୍ଡା, ବିଷ୍ଣୁ ଦାସ, ନାରାୟଣ ପଟ୍ଟନାୟକ, ଓଟିଭି ବୁଲେଟିନ ପ୍ରଯୋଜକ ସୁଶାନ୍ତ ବିଶୋଇ,ଓଟିଭି ପୁରୀ ବ୍ୟୁରୋ ଚିଫ ପ୍ରଦୀପ ମହାନ୍ତି, ବରିଷ୍ଠ ସମ୍ବାଦ ଦାତା ତଥା ମିଶନ ଓଡିଶା ସମ୍ପାଦକ ମଧୁସୂଦନ ମିଶ୍ର, କନକ ଟିଭି ବ୍ୟୁରୋ ଚିଫ ସିମାଞ୍ଚଳ ପାଢ଼ୀ,ସମ୍ବାଦ ର ସାମ୍ବାଦିକ ଶ୍ୟାମା କାନ୍ହା ପଟ୍ଟନାୟକ,ସୁମନ୍ତ ପରିଡା, ଅଭିନନ୍ଦନିକା ସମ୍ପାଦକ ଶ୍ୟାମ ପ୍ରକାଶ ସେନାପତି, ଉତ୍କଳ ବିଦ୍ଵତ ପରିଷଦର ରାଜ୍ୟ ସଭାପତି ମନୋଜ ରଥ ଉପସ୍ଥିତ ରହି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ |