ପୁରୀଜିଲ୍ଲା ପତ୍ରକାର ସଂଘ ପକ୍ଷରୁ ଶିକ୍ଷା ଶ୍ରୀ ସମ୍ମାନ ୨୦୨୨ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ଯୁବ ବ୍ୟାପାର,କ୍ରୀଡା ତଥା ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା,ପୂର୍ବତନ ଜିଲ୍ଲା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସ ବର୍ମା ଏବଂ ସମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ୍ ଘୋଷ,ଓଡ଼ିଶା ବିଦ୍ୱତ୍ ପରିଷଦର ସଭାପତି ମନୋଜ ରଥ,ସଦର ବ୍ଲକ ଅଧ୍ୟକ୍ଷ ଦିବାକର ପାତ୍ର,ପୁରୀ ଜିଲ୍ଲା ପତ୍ରକାର ସଂଘର ସାଧାରଣ ସମ୍ପାଦକ ଶଙ୍କର ବେହେରା,ସଞ୍ଜୀବ ରଥଶର୍ମା,ସଂଘର ସଭାପତି ବିଜୟ ପଟ୍ଟନାୟକ,ସାମାଜିକ କର୍ମୀ ଚକ୍ରଧର ମହାପାତ୍ର, ଅତିରିକ୍ତ ପ୍ରଶାସନିକ ଅଧିକାରୀ ବିନୋଦ ପଣ୍ଡା ଏବଂ ରାଜ୍ୟ ପତ୍ରକାର ସଂଘର ସଭାପତି ଅଭିନାସ ମିଶ୍ର ପ୍ରମୁଖ ଯୋଗଦାନ କରି ମହାପ୍ରଭୁଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ।ମୁଖ୍ୟ ଅତିଥି ଯୋଗଦାନ କରି କହିଥିଲେ ଯେ କେବଳ ପାଠ ପଢି ଡାକ୍ତର କି ଇଞ୍ଜିନିୟର ହେଲେ ଦେଶ ସେବାକରିବା ତାହା ନୁହେଁ ଦେଶ ସେବା କରିବାର ଆହୁରି ଅନେକ ମାଧ୍ୟମ ରହିଛି ତେଣୁ ଦେଶ ସେବା କାରିବା ପାଇଁ ସମସ୍ତେ ଚେଷ୍ଟିତ ହେବାକୁ ବିଦ୍ୟାର୍ଥୀ ମାନଙ୍କୁ ଆହ୍ଵାନ ଦେଇଥିଲେ ।ଏହାପରେ ଚଳିତ ବର୍ଷ ମ୍ୟାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷା ରେ ୯୫ ପ୍ରତିଶତ ରୁ ଉର୍ଦ୍ଧ ମାର୍କ ରଖିଥିବା ପୁରୀ ଜିଲ୍ଲାର ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର,ଟ୍ରଫି ସହ ଜାତୀୟ ପତାକା ପୁରସ୍କୃତ କରାଯାଇଥିଲା ।ଗଛ ବଞ୍ଚିଲେ ଦେଶ ବଞ୍ଚିବ,ଅମ୍ଳଜାନ ଅଭାବରେ କେହି ମୃତ୍ୟୁ ବରଣ ନ କରିବେ ତାହାର ଆହ୍ଵାନ ଦେଇ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ଗଛ ପ୍ରଦାନ କରିଥିଲେ ଏବଂ ଗଛ କୁ ନିଜ ଜୀବନ ପରି ପାଳନ ପୋଷଣ କରିବା ପାଇଁ ପରାମର୍ଶ ଦେଇଥିଲେ ।ସଂଗଠନ ସମ୍ପାଦକ ସଞ୍ଜୀବ ରଥଶର୍ମା ସମସ୍ତ କାର୍ଯ୍ୟକୁ ସୁଚାରୁରୂପେ ସମ୍ପାଦନା କରିଥିବା ବେଳେ ଶ୍ୟାମ ପ୍ରକାଶ ସେନାପତି ମଞ୍ଚ ପରିଚାଳନା କରିଥିଲେ ।
Related Stories
November 24, 2024
November 24, 2024