
କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ
ଚକ୍ଷୁ ଥିଲେ ମଣିଷ ଏହି ସୁନ୍ଦର ପୃଥିବୀକୁ ଦେଖିପାରିବ l ମାତ୍ର ସାମ୍ପ୍ରତିକ ସମୟରେ ପୌଷ୍ଟିକ ତତ୍ତ୍ୱ ଅଭାବ ତଥା ପରିବେଶ ପ୍ରଦୂଷଣ ଯୋଗୁଁ ବିଭିନ୍ନ ଦୃଷ୍ଟି ଦୋଷ ପରିଲକ୍ଷିତ ହେଉଛି l ତେଣୁ ଚକ୍ଷୁ ଯାଞ୍ଚ ଓ ଚିକିତ୍ସା ନିତ୍ୟାନ୍ତ ଆବଶ୍ୟକ l ଏହାକୁ ହୃଦବୋଧ କରି ଆଜି ବଳିଆପଣ୍ଡା ସ୍ଥିତ ଜନ ମଙ୍ଗଲ ସମିତି ଠାରେ କେଆର୍ ନେତ୍ରମ ଓ ରୋହଫ ର ମିଳିତ ଆନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜିତ ହୋଇଯାଇଛି l ଏହି ଶିବିରକୁ ଅଭିଜ୍ଞ ଡାକ୍ତର ସୁଶାନ୍ତ କୁମାର ମଲ ଉପସ୍ଥିତ ରହି 210 ଜଣଙ୍କର ଚକ୍ଷୁ ଚିକିତ୍ସା କରିଥିଲେ l ତତ୍ ସଙ୍ଗେ ମାଗଣାରେ ମୋତିଆବିନ୍ଦୁ ରୋଗୀଙ୍କର ଅସ୍ତ୍ରୋପଚାର ଓ ସ୍କୁଲ ପିଲାଙ୍କ ଚକ୍ଷୁ ପରୀକ୍ଷା କରାଯାଇ ମାଗଣା ଚଷମା ବଣ୍ଟନ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ସଂଗଠନର ସଭାପତି ସନ୍ତୋଷ ସେନାପତି, ସଂପାଦିକା ନିହାରିକା ତ୍ରିପାଠୀ, କୋଷାଧକ୍ଷ ସୀତାରାମ ସେନାପତି, ଦିଲୀପ ଚିନ୍ନାରା, ମନୋଜ ନାୟକ, ମନୋରଞ୍ଜନ ରଥ, ରଙ୍ଗଲତା ପଟ୍ଟନାୟକ, ଜିତେନ୍ଦ୍ର ପାତ୍ର, ଧନେଶ୍ୱର ପାତ୍ର, ପ୍ରଭାସ ରଥ, ସନ୍ତୋଷ ମୁଖି, ମନୋଜ କୁମାର ମଣ୍ଡଳ,ଆଦର୍ଶ ମିଶ୍ର, ଗଜେନ୍ଦ୍ର ସେନାପତି, ବିଭୁ ପ୍ରସାଦ ନନ୍ଦ, ଅଶ୍ୱିନୀ ସ୍ୱାଇଁ, ଜଗନ୍ନାଥ ପଣ୍ଡା, ଗିରିଜା ଶଙ୍କର ଦାଶ, ଅଭିଷେକ ବେହେରା ମାନେ ଉପସ୍ଥିତ ଥିଲେ |