ବଲାଙ୍ଗିର, ଗତକାଲି ବଲାଙ୍ଗିର ମେଡିକାଲ ପରିସରରେ ହୋଇଥିବା ଅମାନୁଷିକ ହତ୍ୟାକାଣ୍ଡର ୨୪ ଘଣ୍ଟା ପରେ ମଧ୍ୟ ପୁଲିସ ହାତ ଖାଲି ଏପର୍ଯ୍ୟନ୍ତ ପୁଲିସ ହାତରେ ସୁରାକ୍ ଲାଗି ପାରିନାହିଁ। ପୁଲିସ ସଦର୍ ଏସଡିପିଓ ତୋଫାନ୍ ବାଗ କହିଛନ୍ତି ଯେ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ହୋଇଛି। ଖୁବଶୀଘ୍ର ପୁଲିସ ହତ୍ୟାକାରୀକୁ ଧରିବାରେ ସଫଳ ହେବ। ଏହାର ତଦନ୍ତ ଭାର ଏକ ସ୍ଵତନ୍ତ୍ର ପୋଲିସ ଦଳକୁ ଦିଆଯାଇଛି। ଗତକାଲି ହତ୍ୟାକାଣ୍ଡ ପରେ ସାଇଣ୍ଟିଫିକ୍ ଟିମ୍ ଯାଇ ପରୀକ୍ଷା କରିଥିଲେ। ଏହି ଘଟଣା ସିକ୍ୟୁରିଟି ଅଫିସ ଆଗରେ ହୋଇଥିବା ବେଳେ ଜଣେ ସିକ୍ୟୁରିଟି ଗାର୍ଡ ପ୍ରତ୍ୟକ୍ଷଦର୍ଶି ଥିବା ଖବର ପାଇ ପୋଲିସ ତାଙ୍କୁ ନେଇ ପଚରାଉଚରା କରିଥିବା ବେଳେ ଅନ୍ୟ ସୂତ୍ରକୁ ନେଇ ତଦନ୍ତ ଜାରି ରଖିଛି।
ଗତକାଲି ସକାଳେ ସୁଦପଡାର ୨୫ ବର୍ଷୀୟ ଅଜୟ ଦୋରା ଓ ତାଙ୍କର ମା ଜୟନ୍ତୀ ଦୋରା ହସ୍ପିଟାଲ ଆଗରେ ଲାଗୁଥିବା ତାଙ୍କର ଦୋକାନ ଖୋଲିବାକୁ ସ୍କୁଟିରେ ଅକ୍ସିଜେନ ପ୍ଲାଣ୍ଟ ରାସ୍ତାରେ ଯାଉଥିବା ବେଳେ ଭୀମଭୋଇ ମେଡିକାଲ୍ ହସ୍ପିଟାଲ ପରିସରରେ ପୁରୁଣା ଡାଇରିଆ ୱାର୍ଡ ଏବେ ଘରୋଇ ସିକୁରୀଟି ଅଫିସ ଆଗରେ ଆଗରୁ ଛପି ରହିଥିବା ଦୁଇଜଣ ମୁଖା ପିନ୍ଧା ଦୁର୍ବୃତ୍ତଙ୍କ ଆକ୍ରମଣରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ହୋଇ ସର୍ଜରୀ ୱାର୍ଡରେ ଭର୍ତି ହୋଇଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି। ହତ୍ୟାକାରୀକୁ ଜୟନ୍ତୀ ମୁଖା ପିନ୍ଧି ଥିବାରୁ ଚିହ୍ନଟ କରି ପାରିନାହାନ୍ତି, ଘଟଣାସ୍ଥଳରେ ଟାଉନ୍ ଥାନା ପୁଲିସ ପହଂଚି ଶବକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ତଦନ୍ତ ଜାରି ରଖିଛି। ମୃତକଙ୍କ ପିତା ଏସମ୍ପର୍କରେ ପ୍ରତିକ୍ରିୟା ଦେଇ ଠେଲା ଲଗାଇବାକୁ ନେଇ ଆଗରୁ ତାଙ୍କୁ ଆକ୍ରମଣ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ବୋଲି କହିଛନ୍ତି। ଏହି ଘଟଣାରେ ହତ୍ୟାକାରୀକୁ ଖୋଜିବା ପାଇଁ ପୁଲିସ ଉଦ୍ୟମ କରୁଥିଲା ବେଳେ ହତ୍ୟାକାରୀ କିଏ, କାହିଁକି ସେ ମାରିଲା ସେ ନେଇ ବିଭିନ୍ନ ଦିଗରୁ ପୁଲିସ ଅନୁସନ୍ଧାନ ଜାରି ରଖିଛି।