କେନ୍ଦ୍ରାପଡ଼ା – କେନ୍ଦ୍ରାପଡା ଜିଲ୍ଲା ଆଂଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ପରିବହନ କାର୍ଯ୍ୟାଳୟ ପରିସରରେ ସଡକ ଦୃର୍ଘଟଣାରେ ମୃତକଙ୍କ ନିମନ୍ତେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଡଃ. ଦିଲ୍ଲୀପ କୁମାର ରାୟ ଅନ୍ୟତମ ଅତିଥିଭାବେ ଯୋଗଦେଇ ସଡକ ସୁରକ୍ଷା ଓ ଦୁର୍ଘଟଣା ସଂପର୍କରେ ସଚେତନ ହେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଡେରାବିଶ ଥାନା ଅଧିକାରୀ ଉମାକାନ୍ତ ନାୟକ, ସଦରଥାନା ଅଧିକାରୀ ପ୍ରମୋଦ ମଲ୍ଲିକ, ଟାଉନ୍ଥାନା ଅଧିକାରୀ ଜ୍ୟୋତିରଂଜନ ସାମନ୍ତରାୟ, ଜିଲ୍ଲା ଆଂଚଳିକ ପରିବହନ ଅଧିକାରୀ ନିଖିଲ କୁମାର ପଟ୍ଟନାୟକ, ଅତିରିକ୍ତ ପରିବହନ ଅଧିକାରୀ ଅକ୍ଷୟ କୁମାର ମହାପାତ୍ର, ପ୍ରିୟବ୍ରତ ମହାନ୍ତି, କନିଷ୍ଠ ଆଇ.ଏମ୍.ଭି ପଦ୍ମଜା ମହାନ୍ତି, ଆଇନ୍ଜିବୀ ବିଦୁଭୂଷଣ ମହାପାତ୍ର ପ୍ରମୁଖ ଅଂଶଗ୍ରହଣ କରି ଉପସ୍ଥିତ ଥିବା ଶତାଧିକ ଡ୍ରାଇଭରମାନଙ୍କୁ ସଚେତନତା ଅବଲମ୍ବନ କରି ଗାଡି ଚଳାଇବା ପାଇଁ ଉପଦେଶ ଦେଇଥିଲେ । ସଭା ଶେଷରେ ପରିବହନ ଅଧିକାରୀ ନିଖିଲ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।