ଭୁବନେଶ୍ୱର, ରାଜ୍ୟରେ ଆଗାମୀ ତିନି ଦିନ ଯାଏ ବନ୍ୟା ସ୍ଥିତି ରହିବ ବୋଲି ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର । ବର୍ତ୍ତମାନ ହୀରାକୁଦ ଗେଟ୍ ଆଉ ଖୋଲିବା କି ବନ୍ଦ ନେଇ ନିଷ୍ପତ୍ତି ହୋଇନି। ସ୍ଥିତି ଦେଖିଲା ପରେ ଗେଟ୍ ବନ୍ଦ କି ଖୋଲାହେବ ସେ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।
ସେ କହିଛନ୍ତି ଯେ ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ | ମୁଣ୍ଡୁଳିରେ ଜଳସ୍ତର କମିଥିବାବେଳେ ହୀରାକୁଦରୁ ଛଡାଯାଇଥିବା ପାଣି ଖଇରମାଳରେ ପହଂଚିଛି। ଆସନ୍ତାକାଲି ସକାଳେ ଏହା ମୁଣ୍ଡୁଳିରେ ପହଁଚିବ। ହୀରାକୁଦ ଡ୍ୟାମରୁ ଛଡା ଯାଇଥିବା ବନ୍ୟାଜଳ ମୁଣ୍ଡୁଳି ଅତିକ୍ରମ କଲାବେଳକୁ ୧୦ ଲକ୍ଷ କ୍ୟୁସେକ ହେବ। ଗତକାଲି ମୁଣ୍ଡୁଳିରେ ୧୨ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେଉଥିବାବେଳେ ଆଜି ସକାଳ 9ଟା ବେଳକୁ ୧୧ ଲକ୍ଷ ୭୭ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି | ସେହିପରି ଖଇରମାଳରେ ୯ ଲକ୍ଷ ୮୪ ହଜାର କ୍ୟୁସେକ, ବରମୂଳରେ ୮ ଲକ୍ଷ ୭୮ ହଜାର ୨୫୦ କ୍ୟୁସେକ ପାଣି ପ୍ରବାହିତ ହେଉଛି | ଆସନ୍ତାକାଲି ୧୦ ଲକ୍ଷରୁ କମ ପାଣି ପ୍ରବାହିତ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ବର୍ତ୍ତମାନ ହୀରାକୁଦରେ ୬ ଲକ୍ଷ ୨୪ ହଜାର ୨୫୪ କ୍ୟୁସେକ ପାଣି ପ୍ରବେଶ କରୁଥିବାବେଳେ ୬ ଲକ୍ଷ ୮୧ ହଜାର ୪୩୧ କ୍ୟୁସେକ ପାଣି ୪୦ଟି ଗେଟ ଦେଇ ବାହାରୁଛି |
ସେ କହିଛନ୍ତି ଯେ ବର୍ତମାନ ୪୦ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି | ୫୦ଟି ଘଳିଆ ମରାମତି କରାଯାଇଛି। ୫ଟି ଘାଇ ହେଇଛି। ବର୍ତ୍ତମାନ ପାଣି ସ୍ରୋତ ଅଧିକ ଥିବାରୁ ଘାଇ ମରାମତି ଏବେ ହୋଇପାରୁନି। ପାଣି କମିଲେ ଘାଇ ମରାମତି ହେବ ବୋଲି ସେ ସୂଚନା ଦେଇଛନ୍ତି ।