ଗଂଜାମ, ଶେରଗଡ ବ୍ଳକର ୬ଜଣ ୨ ଟପ୍ପର ଛାତ୍ରଛାତ୍ରୀଙ୍କୁ ଶେରଗଡ ମିଡିଆ ହାଉସ ପକ୍ଷରୁ ଉଦୟ ପ୍ରତାପ ବିଜ୍ଞାନ କଲେଜରେ ଆୟୋଜିତ ଏକ ସ୍ଵତନ୍ତ୍ର ଉତ୍ସବରେ ସଂବର୍ଦ୍ଧନା ଦିଆଯାଇଛି। ଶେରଗଡ଼ ବ୍ଲକ ଅଧିନସ୍ଥ ପିତଳ ବିଜ୍ଞାନ ମହାବିଦ୍ୟାଳୟ ଓ ଶେରଗଡ଼ ଉଦୟ ପ୍ରତାପ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମଧ୍ୟ୍ୟରୁ କଳା, ବାଣିଜ୍ୟ ଓ ବିଜ୍ଞାନ କ୍ଷେତ୍ରରେ ସର୍ବାଧିକ ନମ୍ବର ରଖି ପ୍ରଥମ ଓ ଦ୍ଵିତୀୟ ସ୍ଥାନ ପ୍ରାପ୍ତ କରିଥିବା ଛଅ ଜଣ କୃତୀ ଛାତ୍ରଛାତ୍ରୀଙ୍କୁ ମିଡ଼ିଆ ହାଉସ ତରଫରୁ ଉତ୍ତରୀୟ, ମାନ ପତ୍ର ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ଉତ୍ସlହିତ କରାଯାଇଥିଲା। ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅନୁକ୍ରମେ ପିତଳ ମହାବିଦ୍ୟାଳୟର ୨ କଳା ବିଭାଗର ପବିତ୍ର ମୋହନ ବଡତ୍ୟା ୫୧୪ନଂ ଓ ଉଦୟ ପ୍ରତାପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଲିଜା ସ୍ଵାଇଁ ୫୧୩ନଂ,ବାଣିଜ୍ୟ ବିଭାଗର ଦୀପକ ସ୍ଵାଇଁ ୪୩୫ ଓ ସଂଗ୍ରାମ ଗୌଡ଼ ୪୦୯ନଂ ଏବଂ ବିଜ୍ଞାନ ବିଭାଗର ସାଇରାମ ସାବତ ୪୫୫ନଂ ଓ ସ୍ମୃତିରେଖା ପାଢ଼ୀ ୪୧୫ନଂ ହାସଲ କରି କୃତିତ୍ଵ ଅର୍ଜନ କରି ଶେରଗଡ଼ ବ୍ଲକ, ଅଧ୍ୟାପକ ଓ ଅଧ୍ୟାପିକା ତଥା ପିତା ମାତାଙ୍କ ନିମନ୍ତେ ଗୌରବ ସୃଷ୍ଟି କରିଛନ୍ତି।
ଏହି କାର୍ଯ୍ୟକ୍ରମ ଦ୍ଵାରା ଛାତ୍ରଛାତ୍ରୀ ମାନଙ୍କ ମନରେ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି କରି ସର୍ବୋଚ୍ଚ ସ୍ଥାନ ଗ୍ରହଣ କରିବା ନିମନ୍ତେ କିପରି ଅଧ୍ୟୟନ କରିବେ ଏହା ହେଉଛି ମିଡ଼ିଆ ହାଉସର ମୁଖ୍ୟ ପ୍ରୟାସ। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଥାନା ଅଧିକାରୀ ମନୋଜ କୁମାର ପ୍ରଧାନ, ତହସିଲଦାର ଦୟାସିନ୍ଧୁ ପରିଡା, ବ୍ଲକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ, ସମାଜସେବି ଅଶୋକ କୁମାର ଦାସ, ୨ ଅଧ୍ୟକ୍ଷ ଉପେନ୍ଦ୍ର ବଡ଼ତ୍ୟା, ୩ ଅଧ୍ୟକ୍ଷ ଅଶୋକ କୁମାର ଜେନା, ଅବସର ପ୍ରାପ୍ତ ଅଧ୍ୟାପକ ହୃଷିକେଶ ପାତ୍ର, ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ଶିଶିର କୁମାର, ମିଡିଆ ହାଉସର ଉପଦେଷ୍ଟା ଡାକ୍ତର ହୃଷୀକେଶ ମହାନ୍ତି, ଦିଗଦ୍ରଷ୍ଟା ମେଘନାଦ ଦାସ, ଇଂ. ବିଚିତ୍ରାନଂଦ ମୁନୀ, ଅଧ୍ଧାପକ ଶିଶିର କୁମାର ତ୍ରିପାଠୀ, କୃତୀ ଛାତ୍ରଛାତ୍ରୀଙ୍କ ଅଭିଭାବକ, ସମସ୍ତ ଛାତ୍ର ଛାତ୍ରୀ ଓ ମିଡ଼ିଆ ହାଉସର ସମସ୍ତ ସାମ୍ବାଦିକ ବନ୍ଧୁ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।