
ଭୁବନେଶ୍ୱର , ରାଜ୍ୟରେ ମଧ୍ୟମ ଧରଣର ବନ୍ୟା ହୋଇଛି । ଏହାଦ୍ୱାରା କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, କଟକ, ଖୋର୍ଦ୍ଧା, ଯାଜପୁର ଆଦି ଜିଲ୍ଲା ପ୍ରଭାବିତ ହୋଇଛି । ବନ୍ୟା ସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ଯୁଦ୍ଧକାଳୀନ ଭିତିରେ କାମ ଚାଲୁ ରଖିଛି । ପରିସ୍ଥିତି ଦେଖି ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।
ବୁଧବାର ଦିନ ରାଜ୍ୟରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପରେ ମନ୍ତ୍ରୀ ଶ୍ରୀମତୀ ମଲ୍ଲିକ କହିଛନ୍ତି ଯେ ବନ୍ୟା ଯୋଗୁଁ ପାଣି ଘେରରେ ଫସିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର ପାଇଁ ପ୍ରଚେଷ୍ଠା ଜାରି ରହିଛି । ସ୍କୁଲ, କଲେଜ ତଥା କଲ୍ୟାଣ ମଣ୍ଡପରେ ସେମାନଙ୍କ ରହିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ସେମାନଙ୍କୁ ରନ୍ଧା ଖାଦ୍ୟ ସହ ମେଡିସିନ, ପାନୀୟ ଜଳ ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି ।
ଅପରପକ୍ଷରେ ଗତକାଲି ୨ଟି ଘାଇ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୪ରେ ପହଂଚିଛି । ଘାଇ ଓ ଘଳିଆ ମରାମତି କରିବାକୁ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ।