ଭୁବନେଶ୍ୱର, ରାଜ୍ୟ ଯେଗାସନ କ୍ରୀଡା ସଂଘ ତରଫରୁ ଆୟୋଜିତ ତ୍ରିଦିବସୀୟ ରାଜ୍ୟସ୍ତରୀୟ ଆଭାସୀ ଯୋଗାସନ କ୍ରୀଡା ବିଚାରକ ପ୍ରଶିକ୍ଷଣ ଶିବିର ଡ. ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ତଥା ସଂଘର ସଭାପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଉଦ୍ଯାପିତ ହୋଇଯାଇଛି । କ଼ାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ର. ବ୍ୟୋମକେଶ ତ୍ରିପାଠୀ ଯୋଗଦେଇ ଶିକ୍ଷା କ୍ଷେତ୍ରରେ ଯୋଗର ଆବଶ୍ୟକତା ବିଷୟରେ ଗୁରୁତ୍ୱାରୋପ କରିଥିଲେ । ସମ୍ମାନିତ ଅତିଥି କ୍ରୀଡା ବିଭାଗର ଯୁଗ୍ମ ସଂପାଦକ ଶୈଳେନ୍ଦ୍ର କୁମାର ଜେନା, କିଟ୍ କ୍ରୀଡା ବିଭାଗର ମହାଦିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ, ଜାତୀୟ ଯୋଗାସନ କ୍ରୀଡାର ଉପସଭାପତି ଡ. ସଞ୍ଜୟ ମାଲପାନି ଯୋଗ ଦେଇ କହିଲେ ଭବିଷ୍ୟତରେ ଯୋଗାସନ କ୍ରୀଡା ଅଲମ୍ପିକରେ ସ୍ଥାନ ପାଇବ ଏବଂ ସେଥିରେ ଭାରତୀୟମାନଙ୍କର ପ୍ରାଧାନ୍ୟ ରହିବ । ସେଥିପାଇଁ ଏବେଠାରୁ ବିଭିନ୍ନ ସ୍ତରରେ ପ୍ରୟାସ ଜାରୀ ରଖିବା ଦରକାର । ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୭୯ ବିଚାରକମାନେ ପ୍ରଶିକ୍ଷଶ ନେଇଥିବାବେଳ ଏଥବରେ ଯୋଗାସନ କ୍ରୀଡାର ବିଭିନ୍ନ ବିଚାର ପଦ୍ଧତି ବିଷୟରେ ପ୍ରଶିକ୍ଷଣ ପ୍ରଶିକ୍ଷଣ ଦିଆଯାଇଥିଲେ । କାର୍ଯ୍ୟକ୍ରମ ଶେଷରେ ୱଏସ୍ଏ, ଓଡିଶାର ସଭାପତି ଜିଲ୍ଲାସ୍ତରୀୟ ଯୋଗାସନ କ୍ରୀଡା ପ୍ରତିଯୋଗିତା ପାଇଁ ଘୋଷଣା କରିଥିଲେ ।ଏଥିରେ ଚାରିଗୋଟି ବିଭାଗରେ ବିଭିନ୍ନ ବର୍ଗରୁ ଯଥା ୯ ର ୧୪, ୧୪ ୧୮ ଓ ୧୮ ରୁ ଉର୍ଦ୍ଧ୍ୱୁ ବୟସ ପ୍ରତିଯୋଗୀ ଅଂଶଗ୍ରହଣ କରିପାରିବେ ।
Related Stories
November 22, 2024