ଭୁବନେଶ୍ୱର,ମହାନଦୀ, ବୈତରଣୀ, ବୁଢ଼ାବଳଙ୍ଗ, ସୁରର୍ଣ୍ଣରେଖା ପ୍ରଭୃତି ନଦୀ ଓ ତାର ଶାଖା ନଦୀରେ ପ୍ରବଳ ବନ୍ୟା ପ୍ରବାହ ଯୋଗୁଁ ରାଜ୍ୟର ୧୦ଗୋଟି ଜିଲ୍ଲାର ପ୍ରାୟ ୪ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଘୋର ଦୁର୍ଦ୍ଦଶା ମଧ୍ୟରେ ପାଣି ଘେରରେ ରହିଛନ୍ତି । ସରକାରଙ୍କ ତୃଟିପୂର୍ଣ୍ଣ ନିଷ୍ପତି ଯୋଗୁଁ ପୂର୍ବ ନିର୍ମିତ ବନ୍ଧବାଡ଼ିଗୁଡ଼ିକ ଦୁର୍ବଳ ଥିବାରୁ ଅଧିକାଂଶ ସ୍ଥାନରେ ଏବେ ଘାଇ ସୃଷ୍ଟି ହୋଇଛି । ପ୍ରଶାସନ ତରଫରୁ ଉଦ୍ଧାର କାର୍ଯ୍ୟ ପ୍ରତି ଅଦ୍ୟାବଧି ସେପରି ଗୁରୁତ୍ୱ ଦିଆଯାଉ ନାହିଁ ବୋଲି ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ସରକାର ଚାଷୀଙ୍କ ବିକାଶ ପାଇଁ ଖାଲି ପ୍ରଚାର ପ୍ରସାରକୁ ଗୁରୁତ୍ୱ ନ ଦେଇ ବାସ୍ତବ କ୍ଷେତ୍ରରେ ବିପନ୍ନମାନଙ୍କ ତୁରନ୍ତ ରିଲିଫ୍ ସାମଗ୍ରୀ ପ୍ରଦାନ, ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱୀତ, ଆବଶ୍ୟକ ଔଷଧ ପତ୍ର ଯୋଗାଣ, ମାଗଣାରେ ଗୋରୁ ଗାଈଙ୍କ ଖାଦ୍ୟ ଯୋଗାଣ ଏବଂ ପାଣି ଛାଡ଼ିବା ପରେ ଫସଲ କ୍ଷତିଗ୍ରସ୍ତ ଚାଷ ଜମିର ସଠିକ୍ ଅନୁଧ୍ୟାନ କରି ରାଜ୍ୟ ସରକାର ତୁରନ୍ତ ପ୍ରତି ଏକର ପିଚ୍ଛା କ୍ଷତିଗ୍ରସ୍ତ ଚାଷୀଙ୍କୁ ୩୦ ହଜାର ଟଙ୍କା କ୍ଷତିପୂରଣ ସହାୟତା, ଦୁର୍ବଳ ନଦୀବନ୍ଧଗୁଡ଼ିକର ସୁଦୃଢ଼ୀକରଣ, ସବୁ ଚାଷୀଙ୍କଠାରୁ କୃଷି ଋଣ ଛାଡ଼, ବିନା ସୁଧରେ କୃଷିଋଣ ଓ ତଳି, ଉନ୍ନତ ବିହନ ଓ ସାର ମାଗଣାରେ ଯୋଗାଇ ଦେବାକୁ ପିସିସି କିଷାନ କଂଗ୍ରେସ ଦାବି କରିଛି ।
Related Stories
November 22, 2024