
ବଲାଙ୍ଗିର, ଆଜି ସକାଳ ପ୍ରାୟ ୫ଟା.୧୫ ମିନିଟ ସମୟରେ ସୁଦପଡାର ୨୫ ବର୍ଷୀୟ ଅଜୟ ଦୋରା ଓ ତାଙ୍କର ମା ଜୟନ୍ତୀ ଦୋରା ହସ୍ପିଟାଲ ଆଗରେ ଥିବା ତାଙ୍କର ଦୋକାନ ଖୋଲିବାକୁ ସ୍କୁଟିରେ ଯାଉଥିବା ବେଳେ ଉଭୟଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଭୀମଭୋଇ ମେଡିକାଲ୍ ହସ୍ପିଟାଲ ପରିସରରେ ପୁରୁଣା ଡାଇରିଆ ୱାର୍ଡ ତଥା ଘରୋଇ ସିକୁରୀଟି ଅଫିସ ଆଗରେ ଆଗରୁ ଛପି ରହିଥିବା ଦୁଇଜଣ ମୁଖା ପିନ୍ଧା ଦୁର୍ବୃତ୍ତ ତଲୱାରରେ ଆକ୍ରମଣରେ ପୁଅର ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ଅବସ୍ଥାରେ ସର୍ଜରୀ ୱାର୍ଡରେ ଭର୍ତି ହୋଇଛନ୍ତି। ହତ୍ୟାକାରୀ ମୁଖା ପିନ୍ଧି ଥିବାରୁ ଜୟନ୍ତୀ ଚିହ୍ନଟ କରି ପାରିନାହାନ୍ତି। ଘଟଣାସ୍ଥଳରେ ଟାଉନ୍ ଥାନା ପୁଲିସ ପହଂଚି ଶବକୁ ଜବତ କରି ବ୍ଯବଚ୍ଛେଦ ପାଇଁ ପଠାଇଥିବା ବେଳେ ତଦନ୍ତ ଜାରି ରଖିଛି। ମୃତକଙ୍କ ପିତା ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ଠେଲା ଲଗାଇବାକୁ ନେଇ ତାଙ୍କ ପୁଅ ସହିତ ଗୋଟିଏ ଝଗଡ଼ା ହୋଇ ମାମଲା ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲେ ବୋଲି କହିଛନ୍ତି। ଏହି ଘଟଣାରେ ହତ୍ୟାକାରୀକୁ ଖୋଜିବା ପାଇଁ ପୁଲିସ ଉଦ୍ୟମ କରୁଥିଲା ବେଳେ ହତ୍ୟାକାରୀ କିଏ, କାହିଁକି ସେ ହତ୍ୟା କଲା, କଣ କିଛି ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଛି କି ? ପୁଲିସ ତାର ଖୋଜ ଖବର ନେଉଛି।