
ସୁବର୍ଣ୍ଣପୁର, ଗତକାଲି ସୋନପୁର ମହାବିଦ୍ୟାଳୟ ଠାରେ ଆଜାଦି କି ଅମୃତ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। କଲେଜର ଅଧ୍ୟକ୍ଷ ରାଜୀବ ଲୋଚନ ଆଚାର୍ଯ୍ୟ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଏନସିସି ଛାତ୍ରଛାତ୍ରୀଙ୍କ ଠାରୁ ଅଭିବାଦନ ଗ୍ରହଣ କରି ଦେଶର ସମ୍ମାନ ଓ ସୁରକ୍ଷା ଦିଗରେ ରହିଥିବା ଆମ ପ୍ରତ୍ୟକ ନାଗରିକଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ଉପରେ ମତ ରଖିଥିଲେ। କଲେଜ ଏନସିସି ଅଧିକାରୀ ଲେଫ୍ଟନେଣ୍ଟ ଆଶିଷ ଆଗ୍ରୱାଲାଙ୍କ ଦ୍ଵାରା ଆୟୋଜିତ ଏହି ଉସ୍ସବରେ କଲେଜ ଅଧ୍ୟାପକ, ଅଧ୍ୟାପିକା, ସମସ୍ତ କର୍ମଚାରୀ ଓ ଏନସିସିର ସମସ୍ତ କ୍ୟାଡେଟ ଯୋଗ ଦେଇଥିଲେ। ଏହା ପୂର୍ବରୁ ୧୩ ଓ ୧୪ ତାରିଖରେ କଲେଜ ଏନସିସି ଛାତ୍ର ଛାତ୍ରୀଙ୍କ ପକ୍ଷରୁ ହରଘର ତ୍ରିରଙ୍ଗା, ସ୍ଵଛତା କାର୍ଯ୍ୟକ୍ରମ ଓ ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ ସହର ଶୋଭାଯାତ୍ରା ମାଧ୍ୟମରେ ଲୋକଙ୍କୁ ସଚେତନ କରାଯାଇଥିଲା।