ଜଗତସିଂହପୁର, ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାରେ ଆସନ୍ତାକାଲି ପର୍ଯ୍ୟନ୍ତ ସ୍କୁଲ ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ପାରୁଲ ପଟୱାରୀ । ଏସଆରସିଙ୍କ ନିର୍ଦ୍ଦେଶ କ୍ରମେ ସ୍କୁଲ ବନ୍ଦ କରିବାକୁ ଜିଲ୍ଲାର ବିଇଓ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ବନ୍ୟା ପାଣି ପଶିଥିବା ବା ପାଣି ପଶିବାର ସମ୍ଭାବନା ଥିବା ସ୍କୁଲ ଗୁଡିକୁ ବନ୍ଦ ପାଇଁ ନିର୍ଦ୍ଦେଶ ଜାରୀ କରିଛନ୍ତି ଜିଲ୍ଲାପାଳ । ବିଦ୍ୟାଳୟର ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ ।
Related Stories
November 22, 2024