ସୁବର୍ଣ୍ଣପୁର, ଆଜାଦି କି ଅମୃତ ମହୋତ୍ସବ ଅବସରରେ ଚିତ୍ର କଳା ଅନୁଷ୍ଠାନ ( ଏ କେ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟ ) ପକ୍ଷରୁ ସ୍ଵାଧୀନତା ଦିବସରେ ଏକ ପ୍ରଦର୍ଶନୀ ମେଳା ବା ଉସ୍ସବ ପାଳନ ହୋଇଯାଇଛି। ଏଥିରେ ଅତିଥି ଭାବେ ଜ଼ିଲ୍ଲା ପୋଲିସ କନେଷ୍ଟବଲ ସଂଘର ସଭାପତି କୁମୁଦ ରଞ୍ଜନ ମେହେର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିବା ବେଳେ ଅଧ୍ୟାପକ ବିଶ୍ଵନାଥ ମେହେର, ଅନୁଷ୍ଠାନର ଉପଦେଷ୍ଟା ଜନ୍ମେଞ୍ଜୟ ପାତ୍ର, ସୁଧାଂଶୁ ଶେଖର ମିଶ୍ର, କୃଷ୍ଣଚନ୍ଦ୍ର ବେହେରା, ବାସୁଦେବ ସେଠି, ପୁଷ୍ପା ମେହେର, କାର୍ଯ୍ୟକ୍ରମର ଉଦଯାପନୀ ଉସ୍ସବରେ ଯୋଗଦେଇ ଛାତ୍ର ଛାତ୍ରୀଙ୍କ ଉତ୍କୃଷ୍ଟ ଚିତ୍ର କଳା ପାଇଁ ପ୍ରଶଂସା କରିଥିଲେ। ଚିତ୍ରଶିଳ୍ପୀ ତଥା ଅନୁଷ୍ଠାନର ଆୟୋଜକ ଶ୍ୟାମ ସୁନ୍ଦର ମେହେର ମହାତ୍ମା ଗାନ୍ଧୀଙ୍କ ଚିତ୍ରକୁ ଏକ ନୂଆ ଢଙ୍ଗରେ ପ୍ରଦର୍ଶନ କରି ସମସ୍ତଙ୍କୁ ଚକିତ କରିଥିଲେ। ସମସ୍ତ ଅତିଥି ତ୍ରିରଙ୍ଗା ଝଣ୍ଡାରେ ପୁଷ୍ପ ଅର୍ପଣ କରିଥିବା ବେଳେ କୁନି ଚିତ୍ର ଶିଳ୍ପୀ ସମ୍ପନ୍ନା ମେହେର ଦେଶାତ୍ମବୋଧକ ସଂଗୀତ ଗାନ କରିଥିଲେ।
ଏହି ଅନୁଷ୍ଠାନରେ ଶିକ୍ଷାଲାଭ କରିଥିବା ଛାତ୍ର ଅରମାନ ତ୍ରିପାଠୀ, ଛାତ୍ରୀ ଶ୍ରୀୟା ମେହେର, ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ପୂର୍ବରୁ ପୁରସ୍କୃତ ହୋଇ ଅନୁଷ୍ଠାନର ଗୌରବ ବଢ଼ାଇ ଥିବା ବେଳେ ଏହି ଅନୁଷ୍ଠାନ ଓଡିଶା ଲଳିତ କଳା ଏକାଡେମୀ ଠାରୁ ପାଇଥିବା ସ୍ଵୀକୃତି ମାଧ୍ୟମରେ ଶିକ୍ଷାଦାନ କରିଥିବା ଛାତ୍ର ଛାତ୍ରୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଉଥିବା ବିଷୟ ସଭାପତି ଶ୍ରୀମତୀ ମେହେରଙ୍କ ଠାରୁ ସୂଚନା ମିଳିଛି।