
ବଲାଙ୍ଗିର, ବଲାଙ୍ଗିର ସହର ଟିକ୍ରାପଡ଼ା ଗାନ୍ଧୀ ପାଠାଗାରରେ ତିନିଦିନ ଧରି ସ୍ଵାଧିନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି। ଭାରତ ସ୍ଵାଧୀନତାରେ ମହାତ୍ମା ଗାନ୍ଧୀଙ୍କ ଉତ୍ସର୍ଗୀକୃତ ଅବଦାନ ବିଷୟରେ ବକ୍ତୃତା ଆୟୋଜନ କରିବା ସହ ସୁବାଷ ବୋଷ, ପଣ୍ଡିତ ଜବାହାରଲାଲ ନେହେରୁ ତଥା ସର୍ଦାର ପଟେଲଙ୍କ ଅତୁଳନୀୟ ଅବଦାନ ବିଷୟରେ ବକ୍ତା ମାନେ ଆଲୋକପାତ କରିଥିଲେ। ଗତକାଲି ପ୍ରାତଃ ୬ଟା ସମୟରେ ରାମଧୁନ ଗାୟନ କରିବା ସହ ସକାଳ ୮ଟା ସମୟରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ଗାନ୍ଧୀ ପାଠାଗାର ସଭାପତି ପ୍ରକାଶ ନେପାକ ପାଠାଗାର ସମସ୍ତ ସଭ୍ୟ ତଥା ସମ୍ପାଦକ ପ୍ରଦିପ ସାହୁ ଏବଂ ସ୍କୁଲ ଛାତ୍ରଛାତ୍ରୀଙ୍କ ଗହଣରେ ପତାକା ଉତ୍ତୋଳନ କରିଥିଲେ। ବି ଡି ଜି ଏ ସମ୍ପାଦକ ସଂଗ୍ରାମ ବହିଦାର ଏହି ଉତ୍ସବ ରେ ଯୋଗଦାନ କରି ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ପାଠାଗାର ତରଫରୁ ଛାତ୍ର ଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।