
-
ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଜଣାଇଲେ ଶ୍ରଦ୍ଧାଂଜଳି
ନୂଆଦିଲ୍ଲୀ,ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚତୁର୍ଥ ପୁଣ୍ୟତିଥିରେ କୃତଜ୍ଞ ରାଷ୍ଟ୍ର ତାଙ୍କୁ ସ୍ମରଣ କରିଛି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ, କେନ୍ଦ୍ରୀୟ ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ସଭାପତି ଜେପି ନଡ୍ଡା ସମେତ ଅନ୍ୟ ବରିଷ୍ଠ ନେତା ମାନେ ସ୍ମାରକୀ ଅଟଳ ସଦୈବକୁ ଯାଇ ସେଠାରେ ପୁଷ୍ପାଂଜଳି ଦେଇଛନ୍ତି ।
ବିଜେପି ବାଜପେୟୀଙ୍କ ପୁଣ୍ୟତିଥିରେ ଟ୍ୱିଟ କରି କହିଛି ଯେ ଭାରତୀୟ ଜନତା ପାର୍ଟିର ପିତୃପୁରୁଷ କୋଟି କୋଟି କାର୍ଯ୍ୟକର୍ତାଙ୍କର ପଥ ପ୍ରଦର୍ଶକ, ଆମ ପ୍ରେରଣା ସ୍ରୋତ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ପୁଣ୍ୟ ତିଥିରେ ଭାବପୂର୍ଣ ଶ୍ରଦ୍ଧାଂଜଳି ।