ଗଞ୍ଜାମ, ବ୍ରହ୍ମପୁର ମହାନଗର ନିଗମ (ବିଇଏମସି) ଅନ୍ତର୍ଗତ ତୁଳସୀନଗର ଏବଂ ମୀନାକ୍ଷୀନଗରରେ ଦୁଇଟି ନୂତନ ସହରାଚଂଳ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଗତକାଲି ଉଦଘାଟିତ ହୋଇଛି । ଏଥିରେ ଅତିଥି ଭାବେ ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ଜିଲ୍ଲା ବିଜେଡ଼ି ସଭାପତି ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମେୟର ସଙ୍ଘମିତ୍ରା ଦଳେଇ, ଡେପୁଟି ମେୟର ଇ. ବିବେକ ରେଡ୍ଡୀ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ବିଇଏମସି କମିଶନର ଜେ. ସୋନାଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମା ମିଶ୍ର ପ୍ରମୁଖ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲେ ।
ଏହି କେନ୍ଦ୍ରରେ ଗର୍ଭାବସ୍ଥା, ପ୍ରସବ ଏବଂ ପ୍ରସବ ପରବର୍ତି ଚିକିତ୍ସା ସେବା ଉପଲବ୍ଧ ହେବ । କେନ୍ଦ୍ରରେ ଭାରପ୍ରାପ୍ତ ଚିକିତ୍ସା ଅଧିକାରୀଙ୍କ ସମେତ ଜଣେ ଲେଖାଏଁ ଫାର୍ମାସିଷ୍ଟ, ଷ୍ଟାଫ ନର୍ସ, ଲାବୋରେଟାରୀ ଟେକନିସିଆନ, ଫିଜିଓଥେରାପିଷ୍ଟ, ଯୋଗ ଶିକ୍ଷକ, ଡାଟା ଏଂଟ୍ରି ଅପରେଟର, ସିକ୍ୟୁରିଟି ଗାର୍ଡ଼ ଏବଂ ଦୁଇ ଜଣ ସହକାରୀ କର୍ମଚାରୀ ନିୟୋଜିତ ଅଛନ୍ତି ।