ଭୁବନେଶ୍ଵର,ସକ୍ରିୟ ଅବପାତ ପ୍ରଭାବରେ ଓଡ଼ିଶାର ସମସ୍ତ ବନ୍ଦର, ଗୋପାଳପୁର, ପୁରୀ, ପାରାଦ୍ୱୀପ, ଏବଂ ଧାମରା/ଚାନ୍ଦବାଲି ପାଇଁ ବିପଦ ସଂକେତ – ୩ ଜାରି କରାଯାଇଛି । ଆଗାମୀ ୬ ଘଂଟା ମଧ୍ୟରେ ଉପକୂଳ ଅତିକ୍ରମ କରିବ ଅବପାତ । ଆଗାମୀ ୬ ଘଂଟା ମଧ୍ୟରେ ଏହି ଅବପାତ ପଶ୍ଚିମ-ଉତର-ପଶ୍ଚିମ ଦିଗରେ ଗତିକରି ଦିଘା ନିକଟରେ ପଶ୍ଚିମ-ବଙ୍ଗ ଉପକୂଳକୁ ଅତିକ୍ରମ ସହ ଆଗାମୀ ୨୪ ଘଂଟା ଯାଏଁ ନିଜର ତୀବ୍ରତା ବଜାୟ ରଖିବାର ସମ୍ଭାବନା ରହିଛି ।
ସୁଦୃଶଃ ଲଘୁଚାପ ଘନୀଭୂତ ହୋଇ ଉତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତୀ ପଶ୍ଚିମବଙ୍ଗ ଏବଂ ଉତର ଓଡିଶା ଉପକୂଳରେ ଏକ ଅବପାତରେ ପରିଣତ ହୋଇଛି ବର୍ତମାନ ଏହା ଦିଘାରୁ ଦକ୍ଷିଣ-ପୂର୍ବ ଦିଗରେ ୧୦ କି.ମି. ଏବଂ ବାଲେଶ୍ଵର ଠାରୁ ପୂର୍ବ-ଉତର-ପୂର୍ବ ଦିଗରେ ୯୦ କିମି ଦୂରରେ କେନ୍ଦ୍ରୀଭୂତ ଅଛି ।
ସକ୍ରିୟ ସୁଦୃଶଃ ଲଘୁଚାପ ପ୍ରଭାବରେ ଉପକୂଳ ସମେତ ପାର୍ଶ୍ଵବର୍ତୀ ଜିଲ୍ଲା ଗୁଡିକରେ ବର୍ଷା ଲାଗିରହିଥିବା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ଵର ପକ୍ଷରୁ ଟ୍ଵିଟ୍ ଜାରୀ କରାଯାଇଛି ।