-
୨୧ସ୍ଥାନରେ ଅତି ପ୍ରବଳ ବର୍ଷା ୧୧୫.୬ ମିମି ରୁ ୨୦୪.୪ ମିମି
ଭୁବନେଶ୍ଵର, ସକ୍ରିୟ ସୁଦୃଶଃ ଲଘୁଚାପ ପ୍ରଭାବରେ ଉପକୂଳ ସମେତ ପାର୍ଶ୍ଵବର୍ତୀ ଜିଲ୍ଲା ଗୁଡିକରେ ବର୍ଷା ଲାଗିରହିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ରେକର୍ଡ ହୋଇଥିବା ପ୍ରମୁଖ ବର୍ଷା ମଧ୍ୟରେ ୨୧ଟି ସ୍ଥାନରେ ଅତି ପ୍ରବଳ ବର୍ଷା (୧୧୫.୬ ମିମି ରୁ ୨୦୪.୪ ମିମି ) ଏବଂ ୭୩ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ (୬୪.୫ ରୁ ୧୧୫.୫ ମିମି ) ହୋଇଥିବା ରେକର୍ଡ଼ କରାଯାଇଥିବା ନେଇ ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ୱର ପକ୍ଷରୁ ଜାରୀ ହୋଇଥିବା ଟ୍ୱିଟ୍ ରୁ ସୂଚନା ମିଳିଛି ।
ସୁନ୍ଦରଗଡ଼ର ହେମଗିରିରେ ୨୦୦.୪ ମିମି, ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ୧୬୮.୦, ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁରରେ ୧୬୭.୪, ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ ସହରରେ ୧୬୩.୦, କଟକ ଜିଲ୍ଲାର ବାଙ୍କୀ ଠାରେ ୧୬୨.୦, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଠାରେ ୧୬୧.୬, ସୁନ୍ଦରଗଡ଼ ଜିଲ୍ଲାର ଟାଙ୍ଗରାପାଲି ୧୬୦.୦, ସମ୍ବଲପୁର ଜିଲ୍ଲାର ଧନକଉଡ଼ା ୧୫୯.୦, ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା ୧୫୬.୪, ଜଗତସିଂହପୁର ଜିଲ୍ଲାର ବାଲିକୁଦାରେ ୧୫୪.୦, ସମ୍ବଲପୁର ଜିଲ୍ଲାର ସମ୍ବଲପୁର ସହରରେ ୧୪୬.୦, ପୁରୀ ଜିଲ୍ଲାର ଗୋପରେ ୧୪୦.୨, ଜଗତସିଂହପୁର ଜିଲ୍ଲାର ତିର୍ତୋଲରେ ୧୩୫.୦, ଜଗତସିଂହପୁର ଜିଲ୍ଲାର ନାଉଗାଁରେ ୧୩୫.୦, ସୋନପୁର ଜିଲ୍ଲାର ବିନିକାରେ ୧୩୨.୨, ସମ୍ବଲପୁର ଜିଲ୍ଲାର ବୁର୍ଲାରେ ୧୩୧.୮, ମୟୂରଭଞ୍ଜର ନୱାନାରେ ୧୩୦.୮, ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ସହରରେ ୧୨୩.୬, ପୁରୀ ଜିଲ୍ଲାର କାକଟପୁରରେ ୧୨୩.୦, କଟକ ଜିଲ୍ଲାର କଂଟାପଡାରେ ୧୨୨.୦, କଟକ ଜିଲାର ନିଆଳିରେ ୧୧୮.୦ , ସୁନ୍ଦରଗଡ଼ର ମନ୍ଦିରାଡ୍ୟାମରେ ୧୧୩.୦, ଜଗତସିଂହପୁର ଜିଲାର ବିରିଡ଼ି ୧୧୨.୦, କେନ୍ଦୁଝର ଜିଲ୍ଲାର ତେଲକୋଇ ୧୦୯.୦, ସମ୍ବଲପୁରର ହୀରାକୁଦରେ ୧୦୭.୬, ଗଜପତି ଜିଲ୍ଲାର ଆର ଉଦୟଗିରିରେ ୧୦୪.୦, ଜଗତସିଂହପୁର ଜିଲାର ରଘୁନାଥପୁରରେ ୧୦୩.୦, ଖୋର୍ଦ୍ଧାର ବାଣପୁରରେ ୧୦୩.୦ ମିମି ବର୍ଷା ରେକର୍ଡ଼ ହୋଇଛି ।