ବଲାଙ୍ଗିର, ବନ ଉଜୁଡ଼ି ଜଙ୍ଗଲରେ ଖାଦ୍ୟାଭାବ ଯୋଗୁଁ ବନ୍ୟ ଜୀବଜନ୍ତୁ ଗ୍ରାମାଭିମୁଖି ହେଉଛନ୍ତି। ଏପରିକି ଜୀବଜନ୍ତୁ ନିଜର ଜୀବନ ରକ୍ଷା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଧନ ପାଦ ଦେଶରେ ନାଁଦୂପଲା ଗ୍ରାମରୁ ଏକ ବିରଳ ପ୍ରଜାତିର ଏଣ୍ଡୁଅ ଦେଖିବାକୁ ପାଇ ଥିଲେ ଲୋକେ। ଏଣ୍ଡୁଅର ରଙ୍ଗ ସବୁଜ ହୋଇଥିବା ବେଳେ ଏହା ଖୁବ୍ କମ ଦେଖାଯାଏ । ହରିଶଙ୍କର ରେଞ୍ଜର ଗନ୍ଧମାର୍ଦ୍ଧନ ପାଦ ଦେଶର ନାଁଦୂପଲା ଗାଁ ପାଖରେ ଲୋକେ ଏହାକୁ ଦେଖିବାକୁ ପାଇଥିବା ବେଳେ ବନ କର୍ମଚାରୀମାନେ ତାକୁ ଉଦ୍ଧାର କରି ଜଙ୍ଗଲ ଭିତରେ ନେଇ ଛାଡି ଦେଇଥିଲେ ।
ହରିଶଙ୍କର ରେଞ୍ଜର ଗିରିଧାରୀ ନାଗଙ୍କୁ ପଚାରିବାରୁ, ଏହା ଇଣ୍ଡିଆନ ଚେମିଲିଏନ୍ ପ୍ରଜାତିର ଏଣ୍ଡୁଅ ବୋଲି ସେ କହିଛନ୍ତି ।