ଭୁବନେଶ୍ୱର – ସ୍ୱେଚ୍ଛାସେବୀ ସାମାଜିକ ସଂଗଠନ “ୟୁଥ୍ ଫର୍ ଭଲୁ୍ୟଂଟାରି ୱାର୍କ’ ତରଫରୁ ଯୁବସମାଜ ମଧ୍ୟରେ ସାମାଜିକ ମୂଲ୍ୟବୋଧ ଜାଗ୍ରତ ଉଦେ୍ଧଶ୍ୟରେ “ଯୁବସମାଜ ଓ ସମାଜସେବା’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁÂାନର ଅଧ୍ୟକ୍ଷ ମିର ଅହମଦ୍ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁÂିତ ହୋଇଯାଇଛି । ଭୁବନେଶ୍ୱରସ୍ଥିତ ଓଡ଼ିଶା ଭେଟେନାରୀ କାଉନ୍ସିଲ୍ ସଭାକକ୍ଷରେ ଅନୁÂିତ ହୋଇଥିବା ଏହି ଆଲୋଚନା ଚକ୍ରରେ ଓଡ଼ିଶାର ବିଭିନ୍ନ କଲେଜ ଓ ସାମାଜିକ ସଙ୍ଗଠନର ନେତୃବୃନ୍ଦ ଭାଗ ନେବା ସହ ସମାଜସେବାରେ ଯୁବକମାନଙ୍କର ମାତ୍ରାଧିକ ଭୂମିକା ସମ୍ବନ୍ଧରେ ଚର୍ଚ୍ଚା କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ରୂପେ ଖଦି ଓ ଗ୍ରାମୋଦ୍ୟୋଗ ବୋଡର଼୍ର ପୂର୍ବତନ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା, ସମାଜସେବୀ ତଥା ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଚନ୍ଦନ କର, ସମାଜସେବୀ ବିନୋଦ କୁମାର ରାଉତ ପ୍ରମୁଖ ଯୋଗଦାନ କରିଥିଲେ ।
ମୁଖ୍ୟ ଅତିଥି ଶ୍ରୀ ପରିଡ଼ା କହିଥିଲେ ଯେ, ଆଜିର ଯୁବସମାଜ ଆସନ୍ତା କାଲିର ଭବିଷ୍ୟତ । ତେଣୁ ଯୁବସମାଜ ନିଜର ବହୁମୂଲ୍ୟ ସମୟ ଓ ଅର୍ଥକୁ ଖରାପ ବାଟରେ ବିନିଯୋଗ ନକରି ସମାଜର ଉନ୍ନତି ପଥରେ ବିନିଯୋଗ କରିବା ଉଚିତ । ଭବିଷ୍ୟତରେ ସାମାଜିକ ନେତୃତ୍ୱ ତିଆରି କରିବା ପାଇଁ ଆବଶ୍ୟକୀୟ ସମସ୍ତ କାର୍ଯ୍ୟକ୍ରମ ହାତକୁ ନେବାପାଇଁ ଯୁବକମାନଙ୍କୁ ପ୍ରତିଶୃତି ଦେଇଥିଲେ । ଅନ୍ୟତମ ଅତିଥି ରୂପେ ଯୋଗ ଦେଇଥିବା ସମାଜସେବୀ ତଥା ଅଭିନେତା ଶ୍ରୀ କର କହିଥିଲେ ଯେ, ଓଡ଼ିଶାର ୭୦ ଭାଗ ହେଉଛନ୍ତି ଯୁବ ସମାଜ । ଯଦି ଏ ଯୁବସମାଜ ନିଜର ସାମାଜିକ ମୂଲ୍ୟବୋଧକୁ ବୁଝିଯାଏ, ତାହାଲେ ଏ ରାଜ୍ୟ ତଥା ଦେଶ ସୁନାରେ ପରିଣତ ହେବ ।