ଗଂଜାମ, ଶେରଗଡ ବ୍ଳକର ପିତଳରେ ସରୋଜପ୍ରଧାନ ନାମକ ଜଣେ ବ୍ଯକ୍ତି ଗୋଟିଏ ମହିଳା ଅନୁଷ୍ଠାର ଜମିଲିଜ୍ ନେଇ ବାଇଓଫ୍ଳେକ ପଦ୍ଧତିରେ ମାଛ ଚାଷ କରୁଛନ୍ତି।ଏଥିପାଇଁ ସେ ବିଦ୍ଯୁତଶକ୍ତି ବିଧିବଦ୍ଧ ଭାବେ ନଆଣି ପଡୋସି ଶ୍ଯାମସେଠୀକଂ ଘରୁ ବେଆଇନ ଭାବେ ହୁକ୍ ପକାଇ ଟେଂପରାରୀ ଲାଇନରେ ବିଦ୍ଯୁତ ସଂଯୋଗ କରି ମୋଟର ପ୍ରଭୃତି ଯନ୍ତ୍ରପାତି ବ୍ଯବହାର କରୁଛନ୍ତି। ଫଳରେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି।ଅନ୍ଯପକ୍ଷରେ ସେ ଘରୋଇ ବିଦ୍ଯୁତ ବ୍ଯବହାର କରି କମରସିଆଲ ଫାଇଦା ଉଠାଉଛନ୍ତି।ଏଣୁ, ବିଦ୍ଯୁତବିଭାଗ ଅଧିକାରୀମାନେ ଘଟଣାର ତଦନ୍ତ କରି ଏ ଦିଗରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।
Related Stories
November 23, 2024