ବଲାଙ୍ଗିର, ବଲାଙ୍ଗିର ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ତରଫରୁ ସ୍ଵାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଓ ଆଜାଦି କି ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିଜିଓନାଲ ମେନେଜର ଭଗତ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ, ରାଧାକାନ୍ତ ପଟ୍ଟନାଏକ, ଜ୍ୟୋତିଷ ବିଷାରଦ ଟିକେଶ୍ଵର ଗୁରୁ, ଚତୁର୍ଭୁଜ ପଟ୍ଟନାଏକ, ଶମ୍ଭୂ ଭୂଷଣ ପରମଗୁରୁ ଅତିଥି ଭାବରେ ଯୋଗ ଦେଇଥିଲେ। ପ୍ରତି ଭାରତୀୟଙ୍କ ପାଇଁ ଏକତା ଓ ଅଖଣ୍ଡତା ହିଁ ମୂଳମନ୍ତ୍ର ହେବା ଆବଶ୍ୟକ ବୋଲି ଉଦ୍ବୋଧନ ଦେଇଥିଲେ । ସାରା ବିଶ୍ଵରେ ଭାରତବର୍ଷକୁ ଓ ସମୃଦ୍ଧଶାଳୀ କରିବା ପାଇଁ ଆମେ ଏହି ତ୍ରିରଙ୍ଗା ତଳେ ଶପଥ ନେବାର ଆବଶ୍ୟକତା ରହିଛି ବୋଲି ଅତିଥି ମାନେ କହିଥିଲେ । ଏହି ଅବସରରେ ଆଜାଦି କି ଅମୃତ ମହୋତ୍ସବରେ ”” ବିଭାଜନର ବିଭିଷିକା” ଏକ ଚିତ୍ର ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା । ଆମର ପୂର୍ବଜଙ୍କ ବଳିଦାନ କିପରି ଆମକୁ ସ୍ଵାଧୀନତାର ସ୍ଵାଦ ଚଖେଇବାରେ ସକ୍ଷମ ହୋଇଛି, ସେ ସଂପର୍କରେ ଆଲୋଚନା ହୋଇଥିଲା । ଏହି ସଭାକୁ ବ୍ୟାଙ୍କ ମୁଖ୍ୟ ଶାଖା ମ୍ୟାନେଜର ସତ୍ୟନାରାୟଣ ମାଝୀ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଯୁଧିଷ୍ଟିର ମିଶ୍ର, ଅଶୋକ କୁମାର ମିଶ୍ର, ମନିଷ ମିଶ୍ର (ଏଲ୍ ଡି ଏମ ), ପ୍ରଭାତ ରଞ୍ଜନ ନାଏକ (ସି ଏମ୍) ଙ୍କ ସମେତ ସମସ୍ତ ବ୍ୟାଙ୍କ କର୍ମଚାରୀ ଉପସ୍ଥିତ ଥିଲେ।
Related Stories
November 23, 2024