ମାଲକାନଗିରି, ରାଜ୍ୟସ୍ତରୀୟ ଲୋକ ସଂଗଠନ ଓଡ଼ିଶା ଶ୍ରମଜୀବୀ ମଞ୍ଚ ଓ ମହିଳା ଶ୍ରମଜୀବୀ ମଞ୍ଚ ର ଆହ୍ବାନ କ୍ରମେ ଆଜାଦୀର ଅମୃତ ମହୋତ୍ସବ ପାଳନ ଅବସରରେ ତୃଣମୂଳ ସ୍ତରରେ ଲୋକ ମାନଙ୍କ ରାଜନୈତିକ ସଶସ୍ତିକରଣ ଏବଂ ଲୋକ ମାନଙ୍କର ମୌଳିକ ସମସ୍ୟାକୁ ଉପସ୍ଥାପନ କରିବା ପାଇଁ ଏକ ପ୍ରୟାସ ଆରମ୍ଭ କରାଯାଇଛି। ଏଥିରେ ଗାଁ ସ୍ତରରୁ ଲୋକ ମାନଙ୍କର ଖାଦ୍ୟ, ପାନୀୟ , ଶିକ୍ଷା ଆଦି ସମସ୍ୟାକୁ ଗାଁ ସଭା ମାଧ୍ୟମରେ ଚିହ୍ନଟ କରି ଅଗଷ୍ଟ ୧୫ ତାରିଖରେ ବିଦ୍ଧିବଦ୍ଧ ଭାବେ ଘୋଷିତ ହୋଇ ଥିବା ସ୍ବତନ୍ତ୍ର ଗ୍ରାମସଭାରେ ଏହି ସମସ୍ୟା ଗୁଡ଼ିକ ଗାଁ ଲୋକଙ୍କ ତରଫରୁ ଉପସ୍ଥାପନ କରାଯିବ। ଏହି କ୍ରମରେ ମାଲକାନଗିରି ଜିଲ୍ଲାରେ ସ୍ଥାନୀୟ ଲୋକ ସଂଗଠନ ଶ୍ରମଜୀବୀ ସଂଗଠନ ଓ ମହିଳା ଶ୍ରମଜୀବୀ ସଂଗଠନ ଦ୍ବାରା ଜିଲ୍ଲାର ୭ ୨ ଗୋଟି ଗାଁରୁ ପିଇବା ପାଣି, ବିଦ୍ୟାଳୟର ଭିତ୍ତିଭୂମି ଏବଂ ଅନ୍ୟାନ୍ୟ ସମସ୍ୟା ଚିହ୍ନଟ କରା ଯାଇଛି ଯାହାକୁ ୭ ଗୋଟି ବ୍ଲକର ୨୧ ଟି ପଞ୍ଚାୟତର ଗ୍ରାମସଭାରେ ସଚେତନ ନାଗରିକ ମାନଙ୍କ ତରଫରୁ ଉପସ୍ଥାପନ କରାଯିବ। ଏହା ଉପସ୍ଥାପନ ହେଲା ପରେ ପରବର୍ତ୍ତୀ ସମୟରେ ସମସ୍ୟା ଗୁଡ଼ିକ ସ୍ଥାନୀୟ ବିଡ଼ିଓ, ଲୋକ ପ୍ରତିନିଧି ଏବଂ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀଙ୍କର ମଧ୍ୟ ଦୃଷ୍ଟି ଆକର୍ଷଣ କରାଯିବ ।
ଜିଲ୍ଲା ସଂଗଠନ ତରଫରୁ ଏକ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ସଂଗଠନ ସଭାପତି ଗାଙ୍ଗି ମାଢି ଓ ସମ୍ପାଦକ ରାଜେନ୍ଦ୍ର କବାସୀ ସହ ସଂଗଠନ ର ସଦସ୍ୟ ବୃନ୍ଦ ମୁକୁନ୍ଦ ମାଡକାମୀ, ରାମ ବଡ଼ନାୟକ, ତ୍ରିନାଥ ବଡ଼ନାୟକ, ଶୁଭଶ୍ରୀ ମାଢି, ଗୋବର୍ଦ୍ଧନ ଅନେକ ଉପସ୍ଥିତ ରହି ଗ୍ରାମ ତରଫରୁ ଚିହ୍ନିତ ସମସ୍ୟା ଗୁଡିକୁ ସଭାରେ ଉପସ୍ଥିତ ସାମ୍ବାଦିକ ବନ୍ଧୁଙ୍କ ସମ୍ମୁଖରେ ଉପସ୍ଥାପନ କରିଥିଲେ।