କନ୍ଧମାଳ, କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା ଗ୍ରାମରେ ଲିଭିଂଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନ ଦ୍ଵାରା ପରିଚାଳିତ ‘ହାଉସ ଅଫ ଲଭ ‘ ଶିଶୁ ଯତ୍ନ ଅନୁଷ୍ଠାନର ଅନାଥ କୁନି କୁନି ପିଲାକୁଂ ରଖି ସେମାନଙ୍କର ସମସ୍ତ ଦାଇତ୍ଵ ନେବା ସହିତ ପାଠ ପଢ଼ିବା ରେ ଉତ୍ସାହିତ କରାଯାଏ ଓ ସେମାନଙ୍କର ଥଇଥାନ ନିମନ୍ତେ ସେମାନଙ୍କ ଦକ୍ଷତା ଅନୁସାରେ କାହା କାହାକୁ ଆଟିଆଇରେ, କାହା କାହାକୁ ନର୍ସିଙ୍ଗ କଲେଜରେ, କାହାକୁ ସିଲେଇ ତାଲିମରେ ଓ କାହାକୁ ଫାର୍ମାସିଷ୍ଟ ତାଲିମ ପାଇଁ ସେମାନଙ୍କୁ ଥଇଥାନ ନିମନ୍ତେ ପଠାଯାଇଥାଏ । ଆସନ୍ତାକାଲି ସ୍ବାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍ ମହୋତ୍ସବ” । ଏହି ଅବସରରେ କନ୍ଧମାଳ ଜିଲ୍ଲାର ବାରଖମା ଠାରେ ଅବସ୍ଥିତ ଲିଭିଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନ ଦ୍ଵାରା ପରିଚାଳିତ ହାଉସ୍ ଅଫ ଲଭ୍ ଶିଶୁ ଯତ୍ନ ଅନୁଷ୍ଠାନ ପକ୍ଷରୁ ହର୍ ଘର୍ ତୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ବିକ୍ରମ ଦିଗାଲ ଓ ସମସ୍ତ ସଦସ୍ୟ ଓ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ବାରଖାମାର ବହୁ ଜନସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ୍ ହୋଇଥିଲେ ।
ବାରଖମା ଗ୍ରାମରେ ସମସ୍ତେ ଏକାଠି ହୋଇ ହାତରେ ତୀରଙ୍ଗା ଧରି “ବନ୍ଦେ ମାତରଂ” “ଭାରତ ମାତା କି ଜୟ” ସ୍ଲୋଗାନ୍ ଦେଇ ଲୀଭିଂଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନ ପରିସରରେ ଥିବା ହାଉସ୍ ଅଫ୍ ଲୋଭ୍ ଶିଶୁ ଯତ୍ନ ଅନୁଷ୍ଠାନରୁ ବାହାରି ଗ୍ରାମର ମୁଖ୍ୟ ବଜାର ଦେଇ ଏକ ବିଶାଳ ଶୋଭାଯାତ୍ରା ହୋଇ ଥିଲା ।ଏହାପରେ ଚଳିତ ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ ଘରେ ତୀରଙ୍ଗା ଉଡ଼ାଇବା ସହ ଭାରତ ମା’ ର ସେବାରେ ନିଜକୁ ଉତ୍ସର୍ଗୀକୃତ କରିବାକୁ ସମସ୍ତଙ୍କୁ ଆହ୍ଵାନ ଦେବାସହ ଏହି କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ସହ ଜଣେ ଭାରତୀୟ ନାଗରିକ ଭାବେ ନିଜକୁ ଗର୍ବ ଓ ଗୌରବ କରିବାକୁ କରିବାକୁ ଆହ୍ବାନ୍ ଦେଇଥିଲେ ଲୀଭିଂଙ୍ଗ ଷ୍ଟୋନ ମିନିଷ୍ଟ୍ରି ଅନୁଷ୍ଠାନ ସମ୍ପାଦକ । ହାଉସ୍ ଅଫ୍ ଲୋଭ୍ ଶିଶୁ ଯତ୍ନ ଅନୁଷ୍ଠାନ ପକ୍ଷରୁ କରାଯାଇଥିବା ଏହି କାର୍ଯ୍ୟକ୍ରମକୁ ଅଞ୍ଚଳବାସୀ ବେସ୍ ପ୍ରଶଂସା କରିଛନ୍ତି।