ବଲାଙ୍ଗିର, ଆଜି ସ୍ଥାନୀୟ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଠାରେ ଦେଶ ସ୍ଵାଧିନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଲୋଗାନ ସହ ଜାତୀୟ ପତାକା ଧରି ଏକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲେ । ଏହା ପୂର୍ବରୁ ମହାବିଦ୍ୟାଳୟରେ ଅଧ୍ୟକ୍ଷା ଗୀତାଞ୍ଜଳି ପାଢିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ରୂପେ ନାଗରିକ କମିଟିର ସାଧାରଣ ସଂପାଦକ ମନୋରଂଜନ ସାହୁ ଯୋଗ ଦେଇ ଏହି ଉତ୍ସବ ଅବସରରେ ବଲାଙ୍ଗିର ର ସ୍ଥାନୀୟ ସ୍ଵାଧିନତା ସଂଗ୍ରାମୀ ଧରମସିଂ ମାନ୍ଧାତା, ରେଣ୍ଡୋ ମାଝି, ଗୁରୁବାରି ମେହେର, ବୀର ସୁରେନ୍ଦ୍ର ସାଏ ମାନଙ୍କ ବିଷୟରେ ସୂଚନା ପ୍ରଦାନ କରି ବଲାଙ୍ଗିର ରେ ଜାଗୃଦି ଦିବସ ପାଳନ କରାଯାଉଛି ବୋଲି କହି ଶୋଭାଯାତ୍ରାର ଶୁଭାରମ୍ଭ କରିଥିଲେ । କାର୍ଯ୍ୟକ୍ରମର ସଫଳତା ଉପରେ ମନ୍ତବ୍ୟ ଦେଇ ଅଧ୍ୟକ୍ଷା ଶ୍ରୀମତୀ ପାଢୀ ଦେଶ ଓ ସମାଜ ପାଇଁ ଛାତ୍ର ଛାତ୍ରୀମାନେଆଗାମୀ ଦିନରେ କାର୍ଯ୍ୟ କରିବା ପାଇଁ ଆହ୍ଵାନ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟାନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟାପକ ଅନନ୍ତ କୁମାର ନାଏକ,ନିବେଦିତା ସାହୁ, ସାବିତ୍ରୀ ସେଠ, ଶ୍ୟାମକୃଷ୍ଣ ସାଏ, ଭୋଗରାମ ମଲ୍ଲିକ, ମନୋରଂଜନ ମହାପାତ୍ର, ଫକୀର ମିଶ୍ର, କର୍ମଚାରୀ ବି.ଆର. ମଲ୍ଲିକ, ଏସ୍.କେ. ସାଏ ଓ ଛାତ୍ର ମାନଙ୍କ ମଧ୍ୟରୁ ତେଜରାଜ ସାହୁ, ଶିବ ପ୍ରସାଦ ବିଶ୍ୱାଲ ଓ ବିଶ୍ୱଜିତ ଜେନା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।