ଜୟପୁର , ଜୟପୁର ସହରରେ ପାଳିତ ହେଲା ଆଜାଦିକା ଅମୃତ ମହୋତ୍ସବ । ଜୟପୁର ପାଓାର ହାଉସ ଛକ ଠାରୁ ବିଶାଳ ଶୋଭାଯାତ୍ରା ବାହାରି ମୁଖ୍ୟ ରାସ୍ତା ଦେଇ ମୁଖ୍ୟ ଟ୍ରାଫିକ ଛକ ନିକଟରେ ପହଞ୍ଚି ଥିଲା । ପାଓରା ହାଉସ ଛକ ଠାରୁ ଜାତୀୟ ପତକା ଧରି ବିଶାଳ ଶୋଭାଯାତ୍ରା ବାହାରି ଥିଲା । ଏହି ଶୋଭାଯାତ୍ରା ରେ ମୁଖ୍ୟ ଅତିଥି ଭାବେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି, କୋରାପୁଟ ଜିଲାପାଳ ମହମ୍ମଦ ଅବଦୁଲ ଆକ୍ତର, ଏସପି ବରୁଣ ଗଣ୍ଠପାଲ୍ଲି , ପୌର ଅଧ୍ୟକ୍ଷ ନରେନ୍ଦ୍ର କୁମାର ମହାନ୍ତି ଉପସ୍ଥିତ ଥିଲେ । ଏହି ଶୋଭାଯାତ୍ରା ରେ ବିଏସଏଫ, ସିଆରପିଏଫ, ପୋଲିସ, ସ୍ଲୁଲ ଓ କଲେଜର ଛାତ୍ର ଛାତ୍ରୀ , ବିଭିନ୍ନ ସାମାଜିକ, ବ୍ୟବସାୟି ଅନୁଷ୍ଠାନ ସବ ଜୟପୁର ବାସୀ ଉପସ୍ଥିତ ଥିଲେ । ରାସ୍ତାରେ ପହୁଥିବା ବିଦ୍ୟାଳୟର ଛାତ୍ର ଛାତ୍ରୀ , ଶିକ୍ଷକ ଶିକ୍ଷୟତ୍ରୀ ମାନେ ମଧ୍ୟ ଲମ୍ବା ଲାଇନ ରେ ରହି ଏହି ଶୋଭାଯାତ୍ରାକୁ ଅଧିକ ଆକର୍ଷିଣ କରିଥିଲ । ମୁଖ୍ୟ ଟ୍ରାଫିକ ଛକ ଠାରେ ଏହି ଶୋଭାଯାତ୍ରା ପହଞ୍ଚି ବିରାଟ ଜାତୀୟ କତକାକୁ ବିଧାୟକ ବାହିନିପତି ଉତ୍ତୋଳନ କରିଥିଲେ । ଦେଶବାସୀ ଙ୍କ ମନରେ ଏକତା ସୃଷ୍ଟି କରିବା ପାଇଁ ଏହା ଏକ ପ୍ରୟାସ ବୋଲି ଜୟପୁର ବିଧାୟକ ବାହନିପତି ଗଣ ମାଧ୍ୟମକୁ ସୁଚନା ଦେଇଥିଲେ । ରାଜ୍ୟ ସରକାରଙ୍କ ନିଦ୍ଦେଷ କ୍ରମେ ୧୦ ହଜାର ତ୍ରିରଙ୍ଗା ବଣ୍ଟନ କରାଯାଇଛି । ଘର ଓ ବ୍ୟବସାୟ ପ୍ରତିଷ୍ଠାନ ରେ ଲଗାଇବାକୁ ଜିଲାପାଳ ଅନୁରୋଧ କରିପାରିବେ । ଜାତୀୟ ପତାକ ଲଗାଇବାର ନିୟମ ମଧ୍ୟ କୋହଳ କରାଯାଇଛି । ସମସ୍ତ ବ୍ଲକ ରେ ମଧ୍ୟ ସ୍ଲୁଲ ଓ କଲେଜ ବିଭିନ୍ନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଛି କୋରାପୁଟ ଜିଲା ଶହୀଦ ଲକ୍ଷ୍୍ଣ ନାୟକଙ୍କ ମାଟି ହୋଇଥିବାର ସ୍ୱତନ୍ତ୍ର କାଯ୍ୟକ୍ରମ ଆୟଜନ ହେବ । ଆସନ୍ତା ୧୫ ଅଗଷ୍ଟରୁ ଅକ୍ଟୋବର ୨ ତାରିଖ ଯାଏ ବିଭିନ୍ନ କାଯ୍ୟକ୍ରମ ଆୟୋଜନ କରାଯିବ । ଏହି ଶୋଭାଯାତ୍ରା ରେ ଜୟପୁର ଉପ ଜିଲାପାଳ ବେଦ ବର ପ୍ରଧାନ, ଏସଡିପିଓ ଅରୁପ ଅଭିଷେକ ବେହେରା, ଜିଲା ଚିକିତ୍ସାଧିକାରି ଅରୁଣ ପାଢୀ, ପୌର କାଯ୍ୟନିବାହୀ ଅଧିକାରି ସିଦ୍ଧାର୍ଥ ପଟ୍ଟନାୟକ,ଏସଡିପିଆରଓ ଯୋଶଦା ଗାଧବା, ବିଜେଡି ଜିଲା ସଭାପତି ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ,ଜୟପୁର ନିବାଚନ ମଣ୍ଡଳିର ମଙ୍ଗଧରି ଥିବା ସୁଯ୍ୟ ନାରାୟଣ ରଥ, ପୌର ଉପାଧ୍ୟକ୍ଷ ବି . ସୁନିତା, ଇନ୍ଦିରା ନନ୍ଦ, ଅର୍ପିତା ଷଡଙ୍ଗି ,ବାଲା ରାୟ, କଂଗ୍ରେସର ନିହାର ବିଷୋୟୀ, ସୁକାନ୍ତ ପଟ୍ଟନାୟକ, ବିଜେପିର ଗୌତମ ସାମନ୍ତରାୟ, ମୋହନ ମାଝୀ ସମେତ ଜୟପୁର ବାସୀ ସାମୀଲ ହୋଇଥିଲେ ।ସହରର ମୁଖ୍ୟ ରାସ୍ତାର ଉଭୟ ପାଶ୍ୱ ସହ ସହରରେ ଘରେ ଦୋକାନରେ, ବ୍ୟବସାୟ ପ୍ରତିଷ୍ଠାନରେ ଜାତୀୟ ପତକା ରେ ସୁଜ୍ଜିତ କରାଯାଇଥିଲା ।
Related Stories
November 1, 2024