
ବଲାଙ୍ଗିର ,ବରଗଡ ଜିଲ୍ଲା ବରପାଲିରେ ପଂଜାବ ନ୍ୟାସ୍ନାଲ ବ୍ୟାଙ୍କର ଏଗ୍ରିକଲ୍ଚର ମ୍ୟାନେଜର ଦିବ୍ୟ ରଂଜନ ମିଶ୍ର ନିଖୋଜ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ , ଘଟଣାର ତିନିଦିନ ପରେ ମୃତଦେହ ଘଟଣ ସ୍ଥଳ ତଳକୁ ଲଚ୍ଛିପୁର ନିକଟ ରୁ ଆଜି ମିଳିଛି। ମୃତକ ଦିବ୍ୟ ରଂଜନଙ୍କ ଘର ବଲାଙ୍ଗିର ସହରର ଶାନ୍ତି ପଡାର ରେ । ବଲାଙ୍ଗିର ବରଗଡ ରାସ୍ତାର ଏନ୍ଏଚ୍ ୨୬ ଅଙ୍ଗ ନଦୀ ଚେରୁପାଲି ବ୍ରିଜ ଉପରେ ତାଙ୍କର ବାଇକ ଆଉ ହେଲ୍ମେଟ ମିଳିଥିବା ବେଳେ ସେ ବ୍ରିଜ୍ ଉପର ଡେଇଁ ପଡିଥିବା ନେଇ ସନ୍ଦେହ କରି ଅଗ୍ନିଶମ ବାହିନୀ ପକ୍ଷରୁ ଖୋଜାଖୋଜି ଚାଲିଥିଲା ହେଲେ ସେମାନେ ତାର ଖବର ପାଇନଥିବା ବେଳେ ଆଜି ତାଙ୍କ ଶବ ମିଳିଥିବା ଜଣାପଡିଛି । ପରିବାର ଲୋକଙ୍କ କହିବା ଅନୁସାରେ ଦିବ୍ୟ ରଂଜନ ଗତ 10 ତାରିଖ ବିନିକାରୁ ଫିଲ୍ଡ ଡ୍ୟୁଟି ସାରି ଘରକୁ ଫେରିବା ବାଟରେ ନିଖୋଜ ହୋଇଥିବା ବେଳେ ସେଦିନ ସନ୍ଧ୍ୟାରେ ଘରକୁ ଫେରୁଥିବା ନେଇ ଦିବ୍ୟ ରଂଜନ ଘରକୁ ଫୋନ କରିଥିଲେ । ପରେ ସନ୍ଧ୍ୟା ୭ ଟା ପରେ ପରିବାର ଲୋକେ କଲ୍ କରିବାରୁ ଦିବ୍ୟ ରଂଜନଙ୍କ ମୋବାଇଲ ସୁଇଚ୍ ଅଫ୍ ଆସୁଥିବା ବେଳେ ଆଉ ତାଙ୍କର ପତ୍ତା ମିଳି ପାରି ନ ଥିଲା । ଅନ୍ୟପଟେ ଦିବ୍ୟ ରଂଜନଙ୍କ କାହା ସାଙ୍ଗେ ଶତୃତା କି ପାରିବାରିକ ଅସାନ୍ତି ମଧ୍ୟ ନଥିଲା ବୋଲି ପରିବାର ଲୋକେ ପ୍ରକାଶ କରିଥିବା ବେଳେ ଆଜି ତାଙ୍କ ମୃତଦେହ ମିଳିବା ତାଙ୍କର ଆତ୍ମହତ୍ୟା କରିଥିବା ଆଶଙ୍କା ଦୃଢୀଭୂତ ହେଉଛି | ପୁଲିସ ଶବ ଜବତ କରିବା ସହିତ କାରଣ ଖୋଜୁଛନ୍ତି |