ଭୁବନେଶ୍ଵର,ଆଗାମୀ ୧୨ ଘଂଟା ମଧ୍ୟରେ ଉତର-ବଙ୍ଗୋପସାଗର ଅଂଚଳରେ ଲଘୁଚାପ, ପରବର୍ତୀ ୨୪ ଘଂଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଆସନ୍ତା କାଲି, ୧୪ ତାରିଖ ସୁଦ୍ଧା ଉତର ପଶ୍ଚିମ ବଙ୍ଗୋପସାଗରରେ ଅବପାତ ସମ୍ଭାବନା ରହିଛି । ୧୨ ଘଂଟା ମଧ୍ୟରେ ସୁଦୃଶଃ ଲଘୁଚାପ ଏବଂ ୨୪ ଘଂଟା ମଧ୍ୟରେ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ଯାହାଦ୍ଵାରା ୧୩ ରେ ଉପକୂଳ ଓଡିଶା ପ୍ରଭାବିତ ହେବାର ସମ୍ଭାବନା ଥିବାବେଳେ, ୧୪ରେ ଆଭ୍ୟନ୍ତରୀଣ ସହ ପଶ୍ଚିମ ଓଡିଶା ପ୍ରଭାବିତ ହେବା ସମ୍ଭାବନା ରହିଛି । ଅତି ପ୍ରବଳ ତଥା ଅତ୍ୟନ୍ତ ପ୍ରବଳ ବର୍ଷା ପ୍ରଭାବରେ ତଳୁଆ ଅଂଚଳରେ ପାଣି ଜମିବା ସହ, ସହରରେ ବନ୍ୟା ପରିସ୍ଥିତି ଉପୁଜିବା ତଥା ଅଣ୍ଡର-ପାସ ରୋଡ଼ରେ ପାଣି ଜମିବା, ପାହାଡିଆ ଅଂଚଳରେ ଭୂସ୍ଖଳନର ଆଶଙ୍କା କରିଛି ଆଂଚଳିକ ପାଣିପାଗ କେନ୍ଦ୍ର, ଭୁବନେଶ୍ଵର । ଏହାର ପ୍ରଭାବରେ ଓଡିଶା ଉପକୂଳ ଏବଂ ତାର ଆଖ-ପାଖ ଅଂଚଳରେ ଝଡ ପବନ ଘଂଟା ପ୍ରତି ୪୫ ରୁ ୫୫ କି.ମି. ସହ ସର୍ବାଧିକ ୬୫ କି.ମି. ଯାଏଁ ରହିବା ସହ ସମୁଦ୍ର ଅତ୍ୟଧିକ ଅଶାନ୍ତ ରହୁଥିବାରୁ, ମତ୍ସ୍ୟଜୀବୀଙ୍କୁ ଅଗଷ୍ଟ ୧୫ ତାରଖ ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।
Related Stories
November 1, 2024