ମାଲକାନଗିରି, ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସ୍ଥିତ ୧୫୧ ବିଏସଏଫ ବାଟାଲିୟନ ଓ ନୋଡାଲ ଉଚ୍ଚ ବିଦ୍ୟାଳୟର ମିଳିତ ସହଯୋଗରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବିଏସଏଫର କମାଣ୍ଡିଗ୍ ଇନ୍ସପେକ୍ଟର ଅନୁପ ସିଂ ଓ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଗଣ୍ଡଙ୍କ ନେତୃତ୍ବରେ ସମସ୍ତ ବିଏସଏଫ ଯବାନ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ସମସ୍ତ ଛାତ୍ର ଛାତ୍ରୀ ମାନେ ଗ୍ରାମ ପରିକ୍ରମା କରି ଭାରତ ସ୍ଵାଧିନତାର ୭୫ ତମ ଜୟନ୍ତୀ (ଆଜାଦି କା ଅମୃତ ମହୋତ୍ସବ)ର ଗୈାରବମୟ ଘଟଣାକୁ ପ୍ରଚାର ପ୍ରସାର କରିଥିଲେ । ଦିନେ ଯେଉଁ ଅଞ୍ଚଳରେ ମାଓବାଦୀମାନେ ଦମନ ଲୀଳା ଚଳାଇ ଲୋକଙ୍କୁ ଭୟଭୀତ କରିବା ସହ ସ୍ବାଧୀନତା ଦିବସକୁ କଳା ଦିବସ ଭାବେ ପାଳନ କରିବା ପାଇଁ ଆତନ୍କିତ କରାଉଥିଲେ, ଆଜି ସେହି ଅଞ୍ଚଳରେ ଘରେ ଘରେ ତ୍ରିରଙ୍ଗା ପତାକା ଉଡୁଥିବାର ଦେଖିବାକୁ ମିଳିଛି ।
ପ୍ରଥମ ଥର ପାଇଁ ବିଏସଏଫ ଓ ବିଦ୍ୟାଳୟ ତରଫରୁ ଏଭଳି ଏକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ଯୋଗୁଁ ସମଗ୍ର ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଥିଲା। ଏଥିରେ ସାଧାରଣ ଜନତା, ଅବିଭାବକ ଓ ଶିକ୍ଷାପ୍ରେମୀ ମାନେ ବହୁଳ ଭାବରେ ସାମିଲ୍ ହୋଇଥିଲେ । ବିଏସଏଫ ଇନ୍ସପେକ୍ଟର ଅନୁପ ସିଂ ଯୋଗଦାନ କରି ଭାରତୀୟ ସ୍ବାଧୀନତା ଦିବସ, ତ୍ରିରଙ୍ଗା ପତାକାର ମହତ୍ଵ ଓ ବୀର ସହୀଦ ମାନଙ୍କ ବଳିଦାନର ତାତ୍ପର୍ଯ୍ୟ ସମ୍ପର୍କରେ ପିଲା ମାନଙ୍କୁ ବୁଝାଇ ଥିଲେ ।