ମାଲକାନଗିରି, ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଳକ ସ୍ଵାଭିମାନ ଅଞ୍ଚଳ ଧୂଳିପୁଟ ପଞ୍ଚାୟତରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଭୁଶୁଡି ପଡିଛି । ସ୍କୁଲ ସ୍ଥାପନ ପର ଠାରୁ ଆଜି ପର୍ଯ୍ୟନ୍ତ ଏଠାରେ ଶ୍ରେଣୀ ଗୃହର ଅଭାବ ରହିଛି। ତେଣୁ ବାଧ୍ୟ ହୋଇ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଅନ୍ୟ ଦୁଇଟି ଶ୍ରେଣୀ ଗୃହ ଅଛି ସେଠାରେ ପାଠ ପଢିବା ବିପଦପୂର୍ଣ୍ଣ। ଉପରର ଆଜବେଷ୍ଟ କଣା, ଚଟାଣ ପ୍ଲାସ୍ଟର ଛାଡିଯାଇଛି। କେତେବେଳେ ଭୂଷିଡି ପଡିବ କହି ହେବ ନାହିଁ। ତେଣୁ ଜାଗା ଅଭାବ ଯୋଗୁଁ ବାରଣ୍ଡାରେ ବସି ପାଠ ପଢୁଛନ୍ତି ପିଲା।ଗୋଟିଏ କ୍ଳାସରୁମ ହୋଇଥିବାରୁ ଗୋଟିଏ ଶ୍ରେଣୀର ପାଠ୍ ଅନ୍ୟ କ୍ଳାସ ପିଲା ଶୁଣିବାକୁ ବାଧ୍ୟ, ତେଣୁ ଛାତ୍ରଛାତ୍ରୀ ପାଠ ପଢିବାରେ ବେଶୀ ଅସୁବିଧାର ସମ୍ମୁଖିନ ହୋଉଛନ୍ତି। ଧୂଳିପୁଟ ସ୍କୁଲରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ରହିଛି। ସ୍କୁଲରେ ଅତିରିକ୍ତ ଶ୍ରେଣୀଗୃହର ଆବଶ୍ୟକତା ରହିଛି। ପାଚିକା କହିବା ଆଧାରରେ ରୋଷେଇ ଘର ଅଭାବ ରହିଛି। ଗୋଟିଏ ଭଙ୍ଗାରୁଜା କୁଡ଼ିଆରେ ଅସୁରକ୍ଷିତ ଭାବରେ ପିଲାଙ୍କ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ ହେଉଛି।ସ୍କୁଲରେ ପାଚେରୀ ନାହିଁ ଏବଂ ସ୍କୁଲ ମଝିରେ ଗୋଟିଏ ଜରାଜୀର୍ଣ୍ଣ କୂଅ ଅଛି ଯାହାକି କେତେବେଳେ ଅଘଟଣ ଘଟିବ କହିହେବ ନାହିଁ । ଗୋଟିଏ ହଷ୍ଟେଲ ଭିତରେ ୮୦ ପିଲା ରହୁଥିବା ବେଳେ, ପିଲାଏ ରହିବା ସହ ଷ୍ଟୋର ରୁମ ପରି ବ୍ୟବହାର କରାଯାଉଛି ହଷ୍ଟେଲ ଘରକୁ। ସେହିପରି ହଷ୍ଟେଲ ରୁମ ଅତି ଆବଶ୍ୟକ ରହିଛି। ସ୍କୁଲର ଶିକ୍ଷକ କହିଛନ୍ତି ଶ୍ରେଣୀ ଗୃହ ନିର୍ମାଣ ନିମନ୍ତେ ବାରମ୍ବାର ଉଚ୍ଚ ପଦସ୍ତ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି, କିନ୍ତୁ ନିର୍ମାଣ ହେଉପାରୁନାହିଁ।
ଧୂଳିପୁଟ ବିଦ୍ୟାଳୟର ବାରଣ୍ଡାରେ ବସି ପାଠ ପଢୁଥିବା ଓ ଶ୍ରେଣୀ ଗୃହ ନିର୍ମାଣ କଥା ନଥିବା ନେଇ ମାଲକାନଗିରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ସେ କହିଥିଲେ ଯେ, ନୂତନ ଶ୍ରେଣୀ ଗୃହ ନିର୍ମାଣ ଚାଲିଛି, କହିବାକୁ ଗଲେ ତାଙ୍କ ପାଖରେ ଏନେଇ କିଛି ସଠିକ ତଥ୍ୟ ନାହିଁ ।