ଭୁବନେଶ୍ଵର, ଗତ ୨୪ ଘଂଟାରେ ସୋନପୁର ଜିଲ୍ଲା ଉଲୁଣ୍ଡା ଠାରେ ସର୍ବାଧିକ ୧୦୬.୪ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ସେହିପରି କଳାହାଣ୍ଡି ଜିଲ୍ଲାର ମଦନପୁର-ରାମପୁର ଠାରେ ୧୦୫.୦ ମି.ମି., ସୋନପୁର ଜିଲ୍ଲାର ସୋନପୁର ଠାରେ ୯୬.୮ ମି.ମି., ବୌଦ୍ଧ ଜିଲ୍ଲାରେ ଖଇରମାଳ ୯୦.୨, ସୋନପୁର ଡୁଙ୍ଗୁରିପାଲି ୮୭.୦, ରାୟଗଡ଼ାର ଅମ୍ବାଦୋଳା ଠାରେ ୮୫.୦ ମିମି, ମୟୂରଭଞ୍ଜର ବିଜାତଳା ୮୨.୦, ବଲାଙ୍ଗିରର ସାଲେଭଟା ୮୦.୮, ବରଗଡ଼ର ପାଇକମାଳ ୮୦.୦, ସୋନପୁରର ବୀରମହାରାଜାପୁର୭୫.୦, ମୟୂରଭଞ୍ଜର ଶୁଳିଆପଦାରେ ୭୪.୦ ମି.ମି. ଏବଂ ବୌଦ୍ଧ ଜିଲ୍ଲାର ହରଭଙ୍ଗା ଠାରେ ୭୩.୦ ମିମି ବର୍ଷା ରେକର୍ଡ଼ ହୋଇଛି ।
ଅନ୍ୟପକ୍ଷରେ ରାଜ୍ୟରେ ଦିନର ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିରେ ୩୨.୫ ଡ଼ିଗ୍ରୀ ରହିଥିବା ବେଳେ ବୌଦ୍ଧରେ ସର୍ବନିମ୍ନ ୧୮.୦ ଡ଼ିଗ୍ରୀ ସେଲସିୟସ ରହିଛି ।