ସୁବର୍ଣ୍ଣପୁର,ଆଜାଦି କି ଅମୃତ ମହୋତ୍ସବ ଅବସରରେ ଆଜି ସ୍ଵଚ୍ଛ ଭାରତ ସଂଗଠନ, ତ୍ରିରଙ୍ଗା ଯାତ୍ରା କମିଟି ଓ ଏସବିଆଇ ଗ୍ରାମୀଣ ଆତ୍ମ ନିଯୁକ୍ତି ସିଲେଇ ତାଲିମ୍ କେନ୍ଦ୍ର ର ସମସ୍ତ ବିଦ୍ୟାର୍ଥୀଙ୍କ ମିଳିତ ସହଯୋଗରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସୋନପୁର କଲେଜର ଏନସିସିର ଲେଫ୍ଟନେଣ୍ଟ ଆଶିଷ କୁମାର ଅଗ୍ରୱାଲା ଯୋଗଦେଇ ଯେଉଁ ପୂର୍ବ ପୁରୁଷ ବା ହଜାର ହଜାର ସ୍ଵାଧୀନତା ସଂଗ୍ରାମୀ ଆମ ଦେଶ ପାଇଁ ଜୀବନ ଦେଇଛନ୍ତି, ସର୍ବସ୍ବ ହରାଇଛନ୍ତି ଆଜି ଆମେ ତାଙ୍କୁ ଟିକିଏ ସ୍ମରଣ କରିବା ପାଇଁ ଓ ସେଇ ଦେଶର ସୁରକ୍ଷା ସଂବୃଦ୍ଧି ଲାଗି ଆମେ କଣ କିଛି କିଛି ସମୟ ଦେଇପାରିବା ନି ସଂକଳ୍ପ ନେଇ ପାରିବନି ? ତ ଆଉ କଣ ଦେଇ ପରିବା ବୋଲି ଉପସ୍ଥିତ ଦେଶପ୍ରେମୀଙ୍କୁ ଏକଜୁଟ ହେବାକୁ ପ୍ରେରଣା ଦେଇଥିଲେ। ଗ୍ରାମୀଣ ଆତ୍ମ ନିଯୁକ୍ତି କେନ୍ଦ୍ରର ନିର୍ଦ୍ଧେଶକ ଅଜିନା ଟୁଡୁ, ଓ ପ୍ରଶିକ୍ଷିକା ସଂଯୁକ୍ତା ରାଣୀ ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି ମହୋତ୍ସବର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଉପରେ ମତବ୍ୟକ୍ତ କରିଥିବା ବେଳେ ତ୍ରିରଙ୍ଗା ଯାତ୍ରା କମିଟି କୋଡିନେଟର ରଶ୍ମି ରଞ୍ଜନ ଦାଶ, ସ୍ଵଚ୍ଛ ଭାରତ କୋଡିନେଟର ମନୋରଞ୍ଜନ ତ୍ରିପାଠୀ ଓ ରକ୍ତଦାତା ସଂଘ ଉଦ୍ୟୋକ୍ତା ମନୋଜ ପଣ୍ଡା ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ଏ ଜାତି, ସମାଜ ଓ ଦେଶ ଉପରେ ରହିଥିବା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ଦାୟିତ୍ଵ, କର୍ତ୍ତବ୍ୟର ଭୂମିକା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ଵଚ୍ଛ ଭାରତ ସଂଗଠନର ବରିଷ୍ଠ ସଭ୍ୟ ପ୍ରମୋଦ ସାହୁ, ତରଣୀ ମେହେର, ସିମାଞ୍ଚଳ ହୋତା, ନାରାୟଣ ରଥ, କାନ୍ହୁ ଚରଣ ସାହୁ ସଭାରେ ଉପସ୍ଥିତ ରହି ମହିଳା ବିଦ୍ୟାର୍ଥୀ ଓ ଅନୁଷ୍ଠାନ ର ଅନ୍ୟ କର୍ମଚାରୀଙ୍କୁ ଉତ୍ସାହିତ କରିଥିଲେ। ଛାତ୍ରୀ ସୁଷମା ଖୁରା ଓ ରିଙ୍କି ବେହେରା କାର୍ଯ୍ୟକ୍ରମର ଆରମ୍ଭ ଓ ଶେଷରେ ଦେଶାତ୍ମବୋଧକ ସଂଗୀତ ଗାନ କରି ଉପସ୍ଥିତ ସମସ୍ତ ଦେଶପ୍ରେମୀଙ୍କ ଉତ୍ସାହ ବଢ଼ାଇଥିଲେ।
ଟ୍ରେନର ସଂଯୁକ୍ତା ଦିଦି ସ୍ଵାଗତ ଭାଷଣ, ମନୋରଞ୍ଜନ ତ୍ରିପାଠୀ ସଭା ସଂଯୋଜନା କରିଥିବା ବେଳେ ଶେଷରେ ମନୋଜ ପଣ୍ଡାଙ୍କ ସହିତ ସମସ୍ତେ ସାମୁହିକ ଭାବେ ମେରୀ ଜାନ ତ୍ରିରଙ୍ଗା ହେ ସଂଗୀତ ଗାନ କରିଥିଲେ । ଏସବିଆଇ ଗ୍ରାମୀଣ ଆତ୍ମ ନିଯୁକ୍ତି କେନ୍ଦ୍ର ର କର୍ମଚାରୀ ସତ୍ୟବ୍ରତ ଦାସ, ସତ୍ୟଜିତ ନାଏକ, ପଦ୍ମ ଲୋଚନ ସାହୁ, ଅସିତ୍ କୁମାର ପାଣିଗ୍ରାହୀ, ମାଧବ ଆଡ ଜୁଆଡି, ରଥି କୁମର ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।