
କବିସୂର୍ଯ୍ୟନଗର : ଗଂଜାମ କବିସୂର୍ଯ୍ୟନଗର ଠାରେସାମ୍ବାଦିକ ନାରାୟଣୀ ପ୍ରସାଦ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଜାତୀୟ ପ୍ରେସ୍ ଦିବସ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମିଡିଆ ହାଉସ୍ ଓ ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ମିଳିତ ଆନୁକୁଲ୍ୟରେ ଏହି ଦିବସ ପାଳନ କରାଯାଇଛି। କବିସୂର୍ଯ୍ୟନଗର କଲ୍ଯାଣ ମଣ୍ଡପ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ, ସମ୍ମାନୀତ ଅତିଥି ଭାବେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ଆସ୍କା ବିଧାୟିକା ମଞ୍ଜୁଳା ସ୍ବାଇଁ, ବରିଷ୍ଠ ସାମ୍ବାଦିକ ରବି ଦାସ, ଅନୀଲ ମିଶ୍ର, ପ୍ରମୁଖ ଉପସ୍ଥିତ ରହି ଗଣମାଧ୍ୟମର ଭୂମିକା ଏବଂ ବିଶେଷ କରି ଗଣପ୍ରତିନିଧିଙ୍କ ସମାଜ ପ୍ରତି ଦାୟିତ୍ୱବୋଧ ସଂପର୍କରେ ନିଜ ନିଜର ମତ ରଖିଥିଲେ। ଏହି ଅବସରରେ ଆଜିର ଦିନରେ ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ନିରାପତ୍ତା ଉପରେ ଏକ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।
ଯୁଗ ବଦଳିବା ସହ ଗଣମାଧ୍ୟମର ପରିଭାଷା ମଧ୍ୟ ବଦଳି ଯାଉଛି, ଏଣୁ ବ୍ୟକ୍ତିଗତ ତଥା ସଂସ୍ଥାର ସ୍ୱାର୍ଥରୁ ଉଦ୍ଧ୍ୱର୍ରେ ରହି ସମାଜର ହିତ ସାଧନ ପାଇଁ ସମସ୍ତେ ଗଠନମୂଳକ ଭୂମିକା ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ଆଲୋଚନାରେ ମତ ପ୍ରକାଶ ପାଇଥିଲା । ଏପରିକି କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ପରିସ୍ଥିତିକୁ ଦୃଷ୍ଟିରେ ରଖି ନିଜ ବିବେକ ଅନୁଯାୟୀ କାର୍ଯ୍ୟ କରିବା ଜରୁରୀ ହୋଇପଡ଼ିଛି ବୋଲି ବକ୍ତାମାନେ କହିବା ସହ ଲକ୍ଷ୍ମଣରେଖା ଭିତରେ ରହି କାମ କରିବା ସମସ୍ତଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି ବୋଲି ମତ ପ୍ରକାଶ ପାଇଥିଲା । ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଓଡ଼ିଆ ରାଜ୍ୟ କୋପରଟିଭ୍ ବ୍ଯାକଂ ସଭାପତି ଅକ୍ଷୟ କୁମାର ମହାନ୍ତି, ଓ ୟୁ ଡବ୍ଲ୍ଯୁ ଯେ ସେକ୍ରେଟାରୀ ନିରଞ୍ଜନ ବିଶ୍ବାଳ, ଆସ୍କା କୋପରଟିଭ୍ ସେଣ୍ଟ୍ରାଲ ବ୍ଯାକଂ ସଭାପତି ବିରେନ୍ଦ୍ର କେଶରୀ ଆରୁଖ, କବିସୂର୍ଯ୍ୟନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସୁଦେବ ନାୟକ, ତହସିଲଦାର ପ୍ରକାଶ କୁମାର ମିଶ୍ର, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁରତ ଚନ୍ଦ୍ର ପ୍ରଧାନ, କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହା ବିଦ୍ୟାଳୟ ଅଧ୍ଯକ୍ଷ ପ୍ରାଣକୃଷ୍ଣ ପଟ୍ଟନାୟକ, କବିସୂର୍ଯ୍ୟନଗର ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ପାଢ଼ୀକଂ ସମେତ ବହୁ ଗଣମାଧ୍ୟମ ପ୍ରତିନିଧି, ସମାଜସେବୀ ଓ ବୁଦ୍ଧିଜୀବୀ ମାନେ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସାମ୍ବାଦିକ ଓ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।ସାମ୍ବାଦିକ ସରୋଜ ମିଶ୍ର ଙ୍କ ସମ୍ପାଦକ ରେ ଭାଇରଲ ନିୟୁଜ ର ଶୁଭ ଉଦଘାଟନ ହୋଇଥିଲା, ସାମ୍ବାଦିକ କୃଷ୍ଣ ଚନ୍ଦ୍ର ପଲେଇ, ଶରତ ନନ୍ଦ ଙ୍କ ସମେତ ବହୁ ସାମ୍ବାଦିକ ଯୋଗ ଦେଇଥିଲେ.