ଭୁବନେଶ୍ୱର, ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତି ଉପଲକ୍ଷେ ଅଖିଳ ଭାରତ କଂଗ୍ରେସ କମିଟି ଅଗଷ୍ଟ ୯ କ୍ରାନ୍ତି ଦିବସ ଠାରୁ ଅଗଷ୍ଟ ୧୪ ପର୍ଯ୍ୟନ୍ତ ଦେଶବ୍ୟାପି ୭୫ କିଲୋମିଟର ସ୍ୱାଧୀନତା ଗୌରବ ଯାତ୍ରା ଅନୁଷ୍ଠିତ କରିବାପାଇଁ ନିଷ୍ପତି ନେଇଛନ୍ତି । ତଦନୁଯାୟୀ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆହ୍ୱାନକ୍ରମେ ଆଜି ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ କଂଗ୍ରେସ ପକ୍ଷରୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ ଓ ବିଧାୟକ ପ୍ରାର୍ଥୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ତ୍ରିରଙ୍ଗା ଯାତ୍ରା ମାଷ୍ଟରକ୍ୟାଂଟିନ ଛକ ଠାରୁ ବାହାରି ରାମମନ୍ଦିର ଛକ, ପ୍ରେସ କଲୋନୀ ଦେଇ କଂଗ୍ରେସ ଭବନରେ ପଂହଚିଥିଲା । ଏହି ଅବସରରେ ଶ୍ରୀ ପଟ୍ଟନାୟକ ଭାରତ ସ୍ୱାଧୀନତା ସଂଗ୍ରାମରେ ଜୀବନ ଉତ୍ସର୍ଗ କରିଥିବା ମହାମନିଷ ମାନଙ୍କ ସଂପର୍କରେ ପ୍ରକାଶ କରିଥିଲେ । ଶ୍ରୀ ଦାଶ ପ୍ରକାଶ କରିଥିଲେ ଯେ ଏହି ତ୍ରିରଙ୍ଗା ଯାତ୍ରା ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଆସୁଅଛି ଏବଂ ଆଗକୁ ମଧ୍ୟ ଜାରି ରହିବ ।
Related Stories
November 1, 2024