ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟର ସଭାଗୃହ ଠାରେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କ ୧୬୧ ତମ ଜୟନ୍ତୀ ପାଳନ ହୋଇଯାଇଛି। ଉକ୍ତ ଉତ୍ସବରେ ଉତ୍କଳ ସମ୍ମିଳନୀ, ମାଲକାନଗିରି ଜିଲ୍ଲା ଶାଖାର ସଭାପତି ତଥା ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ଅଧ୍ୟାପକ ଡ଼ଃ. ରଞ୍ଜନ କୁମାର ସ୍ଵାଇଁ ସଭାପତିତ୍ଵ କରିଥିବା ବେଳେ ସମ୍ମଳନୀର ପୂର୍ବତନ ସଭାପତି ତଥା ବରିଷ୍ଠ ଶିକ୍ଷାବିତ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ମୁଖ୍ୟ ଅତିଥି, ମହାବିଦ୍ୟାଳୟର ଓଡ଼ିଆ ବିଭାଗର ମୁଖ୍ୟ ଅଧ୍ୟାପକ ତଥା ସମ୍ମଳନୀର ଉପସଭାପତି ତପନ କୁମାର ବେହେରା ମୁଖ୍ୟ ବକ୍ତା ଓ ଅବସରପ୍ରାପ୍ତ ଏବିଇଓ ରବିନ୍ଦ୍ର କୁମାର ମହାରଣା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମଞ୍ଚlସୀନ ଅତିଥି ମାନେ ସ୍ଵଭାଵ କବି ଗଙ୍ଗାଧର ମେହେରଙ୍କର ଜୀବନର ଆଦର୍ଶ ସମ୍ପର୍କରେ ଆଲୋଚନା କରିଥିବା ବେଳେ ମୁଖ୍ୟବକ୍ତା କବିଙ୍କର କାଳଜୟୀ ରଚନା ତପସ୍ଵିନୀ, ଇନ୍ଦୁମତୀ ଓ କୀଚକ ବଧ କାବ୍ୟ ଉପରେ ବିଶ୍ଳେଷଣlତ୍ମକ ଆଲୋଚନା କରିଥିଲେ। ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସେନାପତି କାର୍ଯ୍ୟକ୍ରମର ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ସମ୍ମିଳନୀର ଆଜୀବନ ସଦସ୍ୟ ଅଧ୍ୟାପକ ଉମେଶ ଚନ୍ଦ୍ର ରାଉତ ,ପ୍ରଦୀପ ଓରାମ, ଡ଼ି. ଆଶିଷ ରାଠୋର ଅଧ୍ୟାପିକା ପ୍ରେମରେଖା ଭତ୍ରା,ଶିକ୍ଷକ ପ୍ରମୋଦ କୁମାର ପଣ୍ଡା ,ବିଚିତ୍ରା ନନ୍ଦ ରାଉତ ,ପ୍ରକାଶ ଚନ୍ଦ୍ର ନାୟକ ,ବେଣୁପାଣି ଖାଡଙ୍ଗା, ବାଲରାଜୁ ପାଢ଼ୀ ,ଅଙ୍ଗୁରବାଳ ସ୍ବାଇଁ ,ସଂଜ୍ଞାଶ୍ରୀ ଲେଙ୍କା, ରଞ୍ଜିତ ନାୟକ,ଶ୍ରୀଧର ସାହୁ ,ଖଗେଶ୍ୱର ସାହୁ, ନିର୍ମଳ ଖିଲ, ସୀତା ପଡ଼ିଆମୀ, ରଶ୍ମିତା ମାଡକାମୀ,ମାଧବ ମାଡ଼ି, କୃଷ୍ଣ କବାସୀ ପ୍ରମୁଖ ଉପସ୍ଥିତ ଥିଲେ । ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଜୟନ୍ତୀ ଉତ୍ସବରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।