ଭୁବନେଶ୍ୱର, ଉତ୍କର୍ଷତା ପାଇଁ ସମ୍ମାନିତ ହେବେ ଓଡିଶାର ୪ ପୋଲିସ୍ ଅଧିକାରୀ । ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ତଦନ୍ତରେ ଉତ୍କର୍ଷତା ପାଇଁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ମେଡାଲ୍ ଘୋଷଣା କରାଯାଇଛି । ଦେଶର ମୋଟ୍ ୧୫୧ ପୋଲିସ ଅଫିସରଙ୍କୁ ମେଡାଲ୍ ପ୍ରଦାନ କରାଯିବ । ସେମାନଙ୍କ ମଧ୍ୟରୁ ଓଡ଼ିଶାର ୪ ଜଣ ପୋଲିସ୍ ଅଧିକାରୀ ଅଛନ୍ତି । ମେଡାଲ୍ ପାଇବାକୁ ଥିବା ଓଡ଼ିଶାର ୪ ପୋଲିସ୍ ଅଧିକାରୀଙ୍କ ମଧ୍ୟରେ ଜଣେ ଡିଏସ୍ପି ଏବଂ ୩ ଜଣ ଇନ୍ସପେକ୍ଟର ଅଛନ୍ତି । ସେମାନେ ହେଲେ- ଡିଏସ୍ପି ସୁମିତ୍ରା ଜେନା, ଇନ୍ସପେକ୍ଟର ଆଶିଷ ଜେନା, ଇନ୍ସପେକ୍ଟର ଅନସୂୟା ନାୟକ ଓ ରମେଶ ପ୍ରଧାନ ।
ସିବିଆଇରୁ ସର୍ବାଧିକ ୧୫ ଅଧିକାରୀଙ୍କୁ ଉତ୍କର୍ଷ ପଦକ ମିଳିବ । ସେହିପରି ମହାରାଷ୍ଟ୍ରରୁ ୧୧ ଜଣ, ଉତରପ୍ରଦେଶ ଓ ମଧ୍ୟପ୍ରଦେଶରୁ ୧୦ ଜଣ ଲେଖାଏ ଅଫିସରଙ୍କୁ ପଦକ ମିଳିବ ।