
କେନ୍ଦୁଝର – ଏକ ଗଣ ଦୁଷ୍କର୍ମ ମାମଲାର ବିଚାର କରି ୧୬ ତାରିଖ ଶନିବାର ଦିନ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୈରାଜଜ ଦୋଳଗୋବିନ୍ଦ ବାରିକ ୩ଜଣ ଆସାମୀଙ୍କୁ ୨୦ବର୍ଷ ଲେଖାଏଁ ସଶ୍ରମ କାରା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଗତ ୨୦୧୭ ମସିହା ଜୁନ ମାସ ୩ ତାରିଖ ଯୋଡା ଥାନା ଅନ୍ତର୍ଗତ ଦାମପୁର ଗ୍ରାମର ଜନୈକା ମହିଳା ନିଜର ୩ ମାସର ଶିଶୁ ଓ ସାନ ଭଉଣୀ ସହ ସଂଧ୍ୟା ସମୟରେ ପାଖ ଜଙ୍ଗଲ ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ସେହି ଗ୍ରାମର ପରମେଶ୍ୱର ନାଏକ, ଜିତୁ ନାଏକ ଓ ପବିତ୍ର ନାଏକ ସଂପୃକ୍ତ ମହିଳାଙ୍କ କୋଳରୁ ଅତି ନିର୍ଦ୍ଧୟ ଭାବେ ଶିଶୁ ପୁତ୍ରକୁ ଛଡାଇ ଆଣି ପୋଖରୀ ପାହାଚରେ ଶୁଆଇ ଦେଇ ମହିଳାଙ୍କୁ ଗଣ ଦୁଷ୍କର୍ମ କରିଥିଲେ । ଏଭଳି ଜଘନ୍ୟ କାଣ୍ଡ ଚାଲି ଥିବା ବେଳେ ପୀଡିତାର ସାନ ଭଉଣୀ ଭୟରେ ଅନତି ଦୂରରେ ଥିବା ବୁଦା ମୂଳରେ ଲୁଚି ସବୁ ଦେଖିôବା ସହିତ ପ୍ରାଣ ବିକଳରେ ଦଉଡି ଯାଇ ନିଜର ମାଉସି ପୁଅ ଓ ଗାଁ ବାଲାଙ୍କୁ କହି ଥିଲା । ଖବର ପାଇବା ପରେ ମହିଳାଙ୍କ ମାଉସି ପୁଅ ତୁରନ୍ତ ଗାଁ ଲୋକଙ୍କ ସହିତ ଆସି ଟର୍ଚ୍ଚ ଆଲୁଅରେ ପିଡିତାଙ୍କ ସହ ୩ ଜଣ ଦୁଷ୍କର୍ମକାରୀଙ୍କୁ ଉଳଗ୍ନ ଅବସ୍ଥାରେ ଦେଖିବାକୁ ପାଇ ଥିଲେ । ଗ୍ରାମବାସୀମାନେ ୩ ଜଣ ଦୁଷ୍କର୍ମକାରୀଙ୍କୁ କାବୁକରି ଆଣି ବିଲେଇପଦା ଫାଣ୍ଡିରେ ଜିମା ଦେଇ ଥିଲେ । ଏ ନେଇ ସଂପୃକ୍ତ ମହିଳାଙ୍କ ଭାଇ ମୁନା ମୁଣ୍ଡା ଯୋଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଯୋଡା ଥାନା ତରଫରୁ କେଶ ନଂ ୬୫/୨୦୧୭ ରେ ଏକ ମକଦ୍ଧମା ରୁଜୁ କରାଯାଇ ଆସାମୀମାନଙ୍କୁ କୋର୍ଟ ଚାଲାଣ କରାଯାଇ ଥିଲା । ଏହି ଗଣ ଦୁଷ୍କର୍ମ ମାମଲାର ବିଚାରକରି ଅତିରିକ୍ତ ଜିଲ୍ଲା ଦୈରାଜଜ ୧୭ ଜଣ ସାକ୍ଷୀଙ୍କ ବୟାନକୁ ଭିତିକରି ଭାରତୀୟ ପିଙ୍ଗଳକୋର୍ଡ ଧାରା ୩୭୬(ଡି)( ଗଣଦୁଷ୍କର୍ମ) ସମସ୍ତ ଆସାମୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ ସହ ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଛନ୍ତି । ଅର୍ଥଦଣ୍ଡ ଅନାଦେୟ ବାବଦକୁ ଅଧିକ ୧ ବର୍ଷ ଜେଲ ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି । ଏହି ମକଦ୍ଧମା ଟିକୁ ସରକାରଙ୍କ ପକ୍ଷରୁ ବରିÂ ଆଇନଜୀବି ମଧୁସୂଦନ ପତି ପରିଚାଳନା କରିଥିଲେ ।