ଭୁବନେଶ୍ୱର, ଦେଶବ୍ୟାପି ସ୍ୱାଧିନତାର ୭୫ ବର୍ଷ ପୂର୍ତି ଏବଂ ସ୍ୱାଧିନତାର ଅମୃତ ମହୋତ୍ସବ ଅବସରରେ ବନ ବିଭାଗର ମୁଖ୍ୟ କାର୍ଯ୍ୟାଳୟ ଅରଣ୍ୟ ଭବନ ପରିସରରେ ଶୁକ୍ରବାର ପୂର୍ବାହ୍ନରେ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ପତାକା ସ୍ତମ୍ଭ ସ୍ଥାପନା ସହିତ ୩୬ ଫୁଟ ୨୪ ଫୁଟ ଆକାରର ବିଶାଳ ଜାତୀୟ ପତାକା ଉତୋଳନ କରାଯାଇଛି । ଓଡିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଦେବୀଦତ ବିଶ୍ୱାଳ, ଏହି ବିଶାଳ ଜାତୀୟ ପତାକାକୁ ଉତୋଳନ କରିଥିଲେ । କାର୍ଯ୍ୟକ୍ରମରେ ବନ ବିଭାଗର ପୂର୍ବତନ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ତଥା ବନ ବାହିନୀ ମୁଖ୍ୟ ଶିଶିର କୁମାର ରଥ, କେନ୍ଦୁପତ୍ର ବିଭାଗର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ସୁଶୀଳ କୁମାର ପପୁଲିଙ୍କ ସହିତ ବନ ବିଭାଗର ବିଭିନ୍ନ ଅଧିକାରୀ, କର୍ମଚାରୀ, ଗଣ ମାଧ୍ୟମ ପ୍ରତିନିଧି ଓ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ମୁଖ୍ୟ ଦପ୍ତରର ବନ ସଂରକ୍ଷକ ହର୍ଷ ବର୍ଦ୍ଧନ ଉଦଗାତା ଓ ଉପ ବନ ସଂରକ୍ଷକ ବିମଳ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ବିଶାଳ ଜାତୀୟ ପତାକା ସ୍ତମ୍ଭ ନିର୍ମାଣ କରା ଯାଇଥିଲା । ଏହି ବିଶାଳ ରାଷ୍ଟ୍ରୀୟ ଧ୍ୱଜଟି ବର୍ଷସାରା ମୁଖ୍ୟ ଦପ୍ତର ପରିସରରେ ସ୍ଥାୟୀ ଭାବେ ଉଡିବ ବୋଲି ବିଭାଗ ତରଫରୁ ସୂଚନା ଦିଆଯାଇଛି ।
Related Stories
November 1, 2024