ଭୁବନେଶ୍ଵର, ରାଜ୍ୟରେ ଗୋଟିଏ ଦିନରେ ୫୩୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩୨୧୧୯୭ କୁ ବୃଦ୍ଧି ପାଇଛି । ନୂଆ ଚିହ୍ନଟ ୫୩୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୧୧ ଜଣ କ୍ବାରେଂଟାଇନ (ସଙ୍ଗରୋଧ)ରୁ ଏବଂ ୨୧୯ ଜଣ ଲୋକାଲ୍ କଂଟାକ୍ଟ (ସ୍ଥାନୀୟ ସମ୍ପର୍କ)ରୁ ରହିଛନ୍ତି । ସେହିପରି ୦ ରୁ ୧୮ ବର୍ଷ ମଧ୍ୟରେ ୧୨୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି । ନୂଆ ୧୦୫୫ ଜଣ ସୁସ୍ଥ ହେବା ପରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩୦୭୩୦୪ ରେ ପହଂଚିଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୬୮୭ ରହିଛି ।
ରାଜ୍ୟରେ ଆଜି ଚିହ୍ନଟ ହୋଇଥିବା ୫୩୦ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରେ ୧, ବାଲେଶ୍ଵର ଜିଲ୍ଲାରେ ୧୦, ବରଗଡ ଜିଲ୍ଲାରେ ୧୯, ଭଦ୍ରକ ଜିଲ୍ଲାରେ ୧, ବଲାଙ୍ଗୀର ଜିଲ୍ଲାରେ ୨୮, ବୌଦ୍ଧ ଜିଲ୍ଲାରେ ୩୪, କଟକ ଜିଲ୍ଲାରେ ୧୪, ଦେବଗଡ ଜିଲ୍ଲାରେ ୪, ଢେଙ୍କାନାଳ ଜିଲ୍ଲାରେ ୧, ଗଜପତି ଜିଲ୍ଲାରେ ୮, ଜଗତସିଂହପୁର ୩, ଯାଜପୁର ଜିଲ୍ଲାରେ ୧୩, ଝାରସୁଗୁଡା ଜିଲ୍ଲାରେ ୫, କଳାହାଣ୍ଡି ଜିଲ୍ଲାରେ ୭, କନ୍ଧମାଳ ଜିଲ୍ଲାରେ ୪, କେନ୍ଦ୍ରାପଡା ଜିଲ୍ଲାରେ ୨, କେନ୍ଦୁଝର ଜିଲ୍ଲାରେ ୭, ଖୋର୍ଦ୍ଧା ଜିଲ୍ଲାରେ ୬୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୧୦, ମୟୁରଭଞ୍ଜ ଜିଲ୍ଲାରେ ୨୧, ନବରଙ୍ଗପୁର ଜିଲ୍ଲାରେ ୮, ନୟାଗଡ ଜିଲ୍ଲାରେ ୧୭, ପୁରୀ ଜିଲ୍ଲାରେ ୪, ରାୟଗଡା ଜିଲ୍ଲାରେ ୮, ସମ୍ବଲପୁର ଜିଲ୍ଲାରେ ୪୪, ସୋନପୁୁର ଜିଲ୍ଲାରେ ୧୧ , ସୁନ୍ଦରଗଡ ଜିଲ୍ଲାରେ ୧୬୫ ଓ ଷ୍ଟେଟ ପୁଲରେ ୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।